ଲକ୍ଷାଧିକ ଟଙ୍କାର ଗଞ୍ଜେଇ ସହ ଗାଡି ଜବତ : ୨ଗିରଫ

0
28
ଲକ୍ଷାଧିକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବୌଦ୍ଧ, (୨୦/୦୩) : ଅବକାରୀ ବିଭାଗର ବଡ଼ ସଫଳତା। ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ସହ ଦୁଇ ମାଫିଆଙ୍କୁ ଗିରଫ କରାଯାଇଛି ।

ସୂଚନା ଅନୁଯାୟୀ କଣ୍ଟାମାଳ ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଚୋରାଚାଲାଣ ନେଇ କୌଣସି ସୂତ୍ରରୁ ଖବର ପାଇ ଟିକିରାପଡା ରାସ୍ତା ନିକଟରେ ଛକିବସିଥିଲେ ଆସୁଥିବା ଏକ ପିକଅପ୍ ଭ୍ୟାନକୁ ଯାଞ୍ଚ ବେଳେ ସେଠାରେ ୩ କୁଇଣ୍ଟାଲ ୫୦ କେଜି ଗଞ୍ଜେଇ ଜବତ କରିବା ସହ ଦୁଇ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନେ ହେଲେ ମନୋଜ ବେହେରା ଓ ଅନନ୍ତ ଭୋଇ । ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜ୍ଜୁ କରି କୋଟଚାଲାଣ କରିଥିବା ଅବକାରୀ ବିଭାଗ ଅଧିକାରି ସୂଚନା ଦେଇଛନ୍ତି ।