ଗୋବରଘାଟି ମୁଖ୍ୟ ରାସ୍ତାରୁ ବଜ୍ରକାପ୍ତା ଜବତ ଘଟଣା : ଦୁଇ ଗିରଫ

0
31
ଗୋବରଘାଟି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୨୦/୦୩) : ଯାଜପୁର ସୁକିନ୍ଦା ବନ ବିଭାଗ ତରଫରୁ କଳିଙ୍ଗନଗର ଗୋବରଘାଟି ମୁଖ୍ୟ ରାସ୍ତାରୁ ବନ ବିଭାଗର କର୍ମଚାରୀଙ୍କ ଦ୍ଵାରା ଏକ ବଜ୍ରକାପ୍ତା ଉଦ୍ଧାର ହୋଇଥିବା ବେଳେ ଦୁଇଜଣ ଯୁବକ ଗିରଫ ହୋଇଛନ୍ତି ।

ଗୋବରଘାଟି ମୁଖ୍ୟ ରାସ୍ତାରୁ ବଜ୍ରକାପ୍ତା ଜବତ । ସୂଚନା ମୁତାବକ ଦୁଇଜଣ ଯୁବକ ଏକ ଜଙ୍ଗଲୀ ବଜ୍ରକାପ୍ତା ମିରିଗିଚରା ପାଖ ଜଙ୍ଗଲ ନିକଟରୁ ନେଇ ଯାଉଥିବା ସମୟରେ ସୁକିନ୍ଦା ରେଞ୍ଜର ବିପିନ ବିହାରୀ ରାଉତରାୟ ଉଚ୍ଚପଦାଧିକାରୀ ଅନିଲ କୁମାର ରାୟ ତଦନ୍ତ କରି ସୂଚନା ପାଇଥିଲେ । ସୁକିନ୍ଦା ରେଞ୍ଜର ବିପିନ ବିହାରୀ ରାଉତରାୟ ଘଟଣା ସ୍ଥଳରେ ପହଞ୍ଚି ଯିବା ପରେ ଦୁଇ ଯୁବକ ବନ କର୍ମଚାରୀଙ୍କୁ ଦେଖି ବିଲୁପ୍ତ ଜଙ୍ଗଲି ବଜ୍ରକାପ୍ତାକୁ ଗୋବରଘାଟି ମୁଖ୍ୟ ରାସ୍ତାରେ ଛାଡି ଦୁଇ ଯୁବକ ଖସି ପଳାଇଥିଲେ ।

ଠିକ୍ ସେତିକି ବେଳ ସୁକିନ୍ଦା ରେଞ୍ଜର ବିପିନ ବିହାରୀ ରାଉତରାୟ ଦୁଇ ଯୁବକଙ୍କୁ ଗିରଫ କରି ଜଙ୍ଗଲି ବଜ୍ରକାପ୍ତାକୁ ଉଦ୍ଧାର କରି ସୁକିନ୍ଦା ବନ ବିଭାଗ କାର୍ଯ୍ୟାଳୟରେ ରଖି ତାର ସ୍ଵାସ୍ଥ୍ୟ ପରୀକ୍ଷା କରେଇଥିଲେ । ଏବଂ ତାକୁ ସୁରକ୍ଷିତ ଉପାୟରେ ସୁକିନ୍ଦା ପାଖ ଘଞ୍ଚ ଜଙ୍ଗଲରେ ଛାଡି ଦେଇଥିବା ସୂଚନା ମିଳିଛି । ଏହି ବଜ୍ରକାପ୍ତାକୁ ଶିକାର କରି ନେଇ ତଦନ୍ତ ଯାଉଥିବା ଦୁଇ ଯୁବକଙ୍କୁ ସୁକିନ୍ଦା ବନ ବିଭାଗ ପକ୍ଷରୁ ଆଜି ଗୋବରଘାଟି କଲୋନୀରୁ ଗିରଫ କରାଯାଇଥିଲା ।

ଯାହାର ଏକ ମାମଲା ରୁଜ୍ଜୁ କରି ଗୋବରଘାଟି କଲୋନୀ ଯୁବକ ଚୈତନ୍ୟ ବିନ୍ଧାଣି ଓ ସନାତନ ବିନ୍ଧାଣିଙ୍କୁ ଅପରାହ୍ନ ୬ ସମୟରେ ସୁକିନ୍ଦା ବିଚାରବିଭାଗୀୟ ଅଦାଲତକୁ ପଠେଇ ଦେଇଥିବା ଦେଖିବାକୁ ମିଳିଛି । ସୁକିନ୍ଦା ବିଚାରବିଭାଗୀୟ ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ଦୁଇ ଯୁବକଙ୍କୁ ଜିଲ୍ଲା କାରାଗାରକୁ ପଠେଇ ଦିଆଯାଇଛି।