ମାର୍ଚ୍ଚ ୨୨ ରୁ ଆରମ୍ଭ ହେବ ଆଇପିଏଲ

0
45
ମାର୍ଚ୍ଚ ୨୨

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୦/୦୩) : ମାର୍ଚ୍ଚ ୨୨ ରୁ ଆରମ୍ଭ ହେବ ଆଇପିଏଲ । ଏବେଠୁ ଏହାର କ୍ରେଜ୍ ପ୍ରଶଂସକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ।

ଆଉ ଏହି ସିଜନରେ ଫୁଣି ଥରେ ସିଏସକେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ହଳଦିଆ ଜର୍ସିରେ ଦେଖିବାକୁ ମିଳିବ। ଚେନ୍ନାଇର ଚେପାକ ଷ୍ଟାଡିୟମରେ ମାର୍ଚ୍ଚ ୨୨ ରୁ ଆଇପିଏଲର ୧୭ ତମ ସିଜିନ ଆରମ୍ଭ ହେବ । ଧୋନୀଙ୍କ ନେତୃତ୍ବରେ ସିଏସକେ ପ୍ରଥମ ମୁକାବିଲାରେ ବେଙ୍ଗାଲୁରୁକୁ ଭେଟିବ । ଏଥିପାଇଁ ମାହି ପ୍ରସ୍ତୁତି ଜୋରଦାର ଆରମ୍ଭ କରିଚନ୍ତି । ପ୍ରଥମ ମୁକାବିଲା ପୂର୍ବରୁ ଧୋନୀଙ୍କ ଏକ ଭିଡିଓ ଭାଇରାଲ ହେଉଛି । ଏଥିରେ ଧୋନୀ ଅଭ୍ୟାସ ବେଳେ ବଡ ବଡ ଛକା ମାରୁଥିବା ଦେଖିବାକୁ ମିଳିଛି । ଯାହାକୁ ଦେଖି ସିଏସକେ ଓ ଧୋନୀଙ୍କ ପ୍ରଶଂସକ ବେଶ ଖୁସି ଅଛନ୍ତି ।