ଚୋରା ଗଞ୍ଜେଇ ଚାଲାଣ ବେଳେ ୨୬ କେଜି ୩୩୦ ଗ୍ରାମ ଗଞ୍ଜେଇ ସହ ତିନି ଗିରଫ

0
110
ଚୋରା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୨୦/୦୩) : କ୍ରମାଗତ ଭାବରେ ଟିଟିଲାଗଡ ରେଳ ଷ୍ଟେସନ ରୁ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ବେଳେ ଅଭିଯୁକ୍ତ ଙ୍କୁ ଗିରଫ ସହ ଗଞ୍ଜେଇ ଜବତ କରାଯାଉ ଥିବା ବେଳେ ପୁଣି ୨ଲକ୍ଷ ୬୩ ହଜାର ୩୦୦ ଟଙ୍କା ମୂଲ୍ୟ ର ଗଞ୍ଜେଇ ସହ ତିନି ଜଣ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି ।

ପ୍ରକାଶ ଯେ,ଟିଟିଲାଗଡ ରେଳ ଷ୍ଟେସନ ତିନି ନମ୍ବର ପ୍ଲାଟଫର୍ମ ରୁ ରେଳ ବିଭାଗ ଆର ପି ଏଫ ପୋଲିସ ତଥା ଟିଟିଲାଗଡ ଅବକାରୀ ବିଭାଗର ମିଳିତ ଚଢାଉ କରି ୨୬ କେଜି ୩୩୦ ଗ୍ରାମ ଗଞ୍ଜେଇ ସହ ତିନି ଜଣ ଯୁବକ ଙ୍କୁ ଗିରଫ କରାଯାଇଛି । ମଧ୍ୟପ୍ରଦେଶ ରାଜ୍ୟର କୁସମ୍ ହାଟ ଗ୍ରାମ ର ଉଦୟ ରାଜ ପଟେଲ (ବ-୧୯), ଉତ୍ତରପ୍ରଦେଶ ରାଜ୍ୟର ଛେଡିମାଉ ଗ୍ରାମର ବିରେନ୍ଦ୍ର କୁମାର ଖୁସ୍ୱା (ବ -୨୪) ଓ ଆନନ୍ଦ କୁମାର ଖୁସ୍ଵା (ବ -୨୨) ମିଳିତ ଭାବେ ମଧ୍ୟପ୍ରଦେଶ ତଥା ଉତ୍ତରପ୍ରଦେଶ କୁ ଏହି ଗଞ୍ଜେଇ ଚୋରା ଚାଲାଣ କରିବା ଯୋଜନା କରିଥିବା ବେଳେ ତାଙ୍କୁ ରେଳ ଷ୍ଟେସନ ର ତିନି ନମ୍ବର ପ୍ଲାଟଫର୍ମ ରୁ ସାନ୍ଧ୍ୟ ୭ ଟା ୩୦ ମିନିଟ ରେ ଗିରଫ କରାଯାଇଛି । ଏ ନେଇ କେସ ନଂ – ୨୨୮/୨୪, ୟୁ ଏସ ୨୦(ବି) ଆଇଆଇ(ସି) ଏନ ଡି ପି ଏସ ଧାରା ୧୯୮୫ କ୍ରମେ ମାମଲା ରୁଜ୍ଜୁ କରାଯାଇଥିବା ପ୍ରକାଶ ପାଇଛି ।