କାଠ ଆଣିବାକୁ ଯାଇ ନଦୀରେ ଭାସିଗଲେ ବୃଦ୍ଧା

0
53
କାଠ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୨୨/୦୩) : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଗୁଣ୍ଡିଚାନାଳୀ ଗାଁ ରାମିଆଳ ନଦୀରୁ ନିଖୋଜ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ।

କାଠ ଆଣିବାକୁ ଯାଇ ନଦୀରେ ଭାସିଗଲେ ବୃଦ୍ଧା । ମୃତ ବୃଦ୍ଧା ଜଣଙ୍କ କାନପୁରା ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡିଚାନାଳୀ ମାଝୀସାହିର ଲୁଡୁ ମାଙ୍କଡ଼ିଆ । ଲୁଡୁ ଗତ କାଲି ଅପରାହ୍ନ ସମୟରେ କାଠ ଆଣିବାକୁ ନଦୀ ପାର ହୋଇ ଜଙ୍ଗଲକୁ ଯାଇ ନିଖୋଜ ହୋଇ ଯାଇଥିଲେ । ପରିବାର ଲୋକେ ତାଙ୍କୁ ବହୁ ଖୋଜା ଖୋଜି କରି ମଧ୍ୟ ପାଇ ନଥିଲେ । ଆଜି ତାଙ୍କ ମୃତ ଦେହ ନଦୀରେ ଭାସୁଥିବା ନେଇ ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଛନ୍ତି ।