ବିବାହ ପ୍ରସ୍ତାବିତ ସାବାଳିକା ଝିଅ ଘର ରୁ ନିରୁଦ୍ଧିଷ୍ଟ

0
86
ବିବାହ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୪/୩) : କାଶୀନଗର ଥାନା ଅଂଚଳ ପୁରୀଟି ଗୁଡା ଗ୍ରାମ ର ଜଣେ ବିବାହ ପ୍ରସ୍ତାବିତ ଝିଅ ଘରରୁ କେଉଁ ଆଡେ ଅନ୍ତଃରଦାନ ହୋଇଯାଇଛି ।

ଖବର ନେବାରେ ଜଣା ପଡିଛିକି ଏହି ଗ୍ରାମ ର ଜନୈକ ଆଦିବାସୀ ଝିଅ ଛଦ୍ମ ନାମ ନିମାଲା ପଦ୍ମା ଗତ ୧୫ ତାରିଖ ରାତିରୁ କେଉଁ ଆଡେ ଆନ୍ତର୍ଧନ ହୋଇଯାଇଛି । ଝିଅ ଟି ବୟସ ୨୧ ହେବ ତାର ରାୟଗଡା ଜିଲ୍ଲା ରେ ବିବାହ ପ୍ରସ୍ତାବ ଠିକ ହୋଇଥିଲା, ହେଲେ ଆସନ୍ତା ଏପ୍ରିଲ ୪ରେ ବିବାହ ହୋଇଥାନ୍ତା । କିନ୍ତୁ ବାପା ଓ ମାଆ ଙ୍କୁ ଛାଡି କେଉଁ ଆଡ଼େ ଚାଲିଯାଇଛି । କାଶୀନଗର ଥାନା ରେ ଅଭିଯୋଗ ହୋଇଛି, ପୋଲିସ ତଦନ୍ତ କରୁଛି ।