ପୋଲରେ ପିଟି ହେଲା ବାଇକ, ଜଣେ ମୃତ

0
39
ପୋଲରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁବର୍ଣ୍ଣପୁର, (୨୪/୦୩) : ସୁବର୍ଣ୍ଣପୁର ଜିଲ୍ଲା ସଦର ଥାନା ଗଡିଆ ଛକ ନିକଟରେ ଏକ ବାଇକ୍ ଦୁର୍ଘଟଣା ରେ ଜଣଙ୍କ ମୃତ୍ୟୁ ହୋଇଛି ।

ଗୋଟିଏ ବାଇକରେ ତିନି ଜଣ ଯୁବକ କୌଣସି ଏକ କାମରେ ଆସୁଥିବା ବେଳେ ଗଡିଆ ଛକ ଠାରେ ବାଇକ୍ ଭାରସାମ୍ୟ ହରାଇ ଏକ ପୋଲରେ ଯାଇ ପିଟି ହୋଇଥିଲା । ଫଳରେ ତିନି ଜଣ ଯାକ ବ୍ୟକ୍ତି ଆହତ ହୋଇଥିବାବେଳେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ତୁରନ୍ତ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା । ତେବେ ଜିଲ୍ଲା ଚିକିତ୍ସାଳୟର ଡାକ୍ତର ଜଣେ ଯୁବକଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଦୁଇଜଣ ଗୁରୁତର ଥିବାରୁ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତ ଯୁବକ ଜଣକ ଗଡିଆ ଗାଁର ଉମେଶ ଧରୁଆ ବୋଲି ଜଣାପଡିଛି ।