ବିଜେଡ଼ି ର ଆତ୍ମୀୟ ଏକତା ସମ୍ମିଳନୀ ହାଇଦ୍ରାବାଦ ର କୁକୁଟା ପାଲ୍ଲୀରେ ଅନୁଷ୍ଠିତ

0
66
ବିଜେଡ଼ି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୫/୩) : ଆନ୍ଧ୍ର ଓ ତେଲଙ୍ଗନା ପ୍ରଦେଶ ରେ ରହୁଥିବା ଓଡିଶା ର ଗଜପତି ଜିଲାରୁ ନିଜ ପେଟପାଟଣା ପାଇଁ ହାଇଦ୍ରାବାଦ ର କୁକୁଟା ପାଲ୍ଲୀରେ ଗତ କାଲି ଏକ ଆତ୍ମୀୟ ଏକତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ଗତ କାଲି ତେଲେଙ୍ଗାନା ପ୍ରଦେଶ ର କୁକୁଟା ପାଳି ଅନ୍ତର୍ଗତ ଅଶୋକ ଗାର୍ଡେନ ସ୍ଥିତ ପାପରାୟୁଡୁ ନଗର ଠାରେ ବିଜେଡ଼ି ର ଆତ୍ମୀୟ ଏକତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା, ଏହି ସମାବେଶ ରେ ଅନ୍ୟୁନ ଦୁଇ ହଜାର ରୁ ଅଧିକ ବ୍ୟକ୍ତି ଯୋଗ ଦେଇଥିଲେ । ପାରଳା ବିଧାନସଭା ପଶିଣ ବିଜେଡ଼ି ପ୍ରାର୍ଥୀ ରେସ ରେ ଥିବା ହାଇଟେକ ନିଁର୍ଧେଶକ ତଥା ରାଜ୍ୟ ଯୁବ ବିଜେଡ଼ି ଉପ ସଭାପତି ଶ୍ରୀ ରୁପେଶ ପାଣିଗ୍ରାହୀ ଯୋଗ ଦେଇଥିଲେ । ହାଇଟେକ ଚେୟାରମ୍ୟାନ ଶ୍ରୀ ତିରୁପତି ପାଣିଗ୍ରାହୀ, କାଶୀନଗର ବ୍ଲକ ରୁ ତେଜେଶ୍ୱର ରାଓ, ରୋକମ ସତୀଶ, ରଘୁରାମ ସାହୁ, କାରିମି ଆପ୍ପାରାଓ, ଗୋଶାଣୀ ଅଧ୍ୟକ୍ଷ ଓ ବିଜେଡ଼ି ର ସ୍ଥାନୀୟ ଲୋକ ମାନେ ହାଇଦ୍ରାବାଦ ରେ ଥିବା ପ୍ରବାସୀ ଭୋଟର ଙ୍କୁ ନିଜ ପଟ କୁ ଆଣିବା ପାଇଁ ଏହି ବୈଠକ ଉଦ୍ଧିଷ୍ଟ ଥିଲା ।

ସେଠାରେ ରହୁଥିବା ଜିଲ୍ଲା ଭୋଟର ମାନେ ଶ୍ରୀ ପାଣିଗ୍ରାହୀ ଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ଓ ଆଗାମୀ ଦିନ ନିର୍ବାଚନ ରେ ଏହା ପ୍ରତିଫଳନ ହେବ ବୋଲି ବିଜେଡ଼ି ଆଶା ବ୍ୟକ୍ତ କରିଛି । ଗଜପତି ରେ କୌଣସି ଶିଳ୍ପ, କିମ୍ବା ଚାଷୀ ଙ୍କୁ ପାଇଁ ଶୀତଳ ଭଣ୍ଡାର ନ ଥିବା ରୁ ଏମାନେ ବିଭିନ୍ନ କାରଖାନା ରେ ମଜୁରିଆ ଓ ରାଜମିସ୍ତ୍ରୀ ଭାବେ କାମ କରୁଛନ୍ତି ।