ମନମୁଣ୍ଡା ରେ ବି ଜଳକଷ୍ଟ

0
69
ମନମୁଣ୍ଡା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବୌଦ୍ଧ, (୨୫/୦୩) : ମନମୁଣ୍ଡା ରେ ବି ଜଳକଷ୍ଟ । ଫେଲ ମାରିଛି ରାଜ୍ୟ ସରକାର ଙ୍କ ବସୁଧା ଯୋଜନା ପ୍ରକଳ୍ପ ଅଛି ପାଣି ନାହିଁ, କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ହେଲେ ବର୍ଷ ବର୍ଷ ଧରି ପିଇବା ପାଇଁ ପାଇଁ ହନ୍ତସନ୍ତ ଗ୍ରାମବାସୀ l

ମହାନଦୀ ଓ ତେଲନଦୀ କୂଳରେ ଗଢିଉଠିଛି ଐତିହାସିକ ସହର ମନମୁଣ୍ଡା । ହେଲେ ଘର ପଛପଟେ ଚିରସ୍ରୋତା ନଦୀଜଳ ବହିଯାଉଥିଲେବି ଏମାନେ କିନ୍ତୁ ଶୋଷିଲା । ସହରରେ ଥିବା କୂଅ ଓ ନଳକୂପର ପାଣି ଭାତ ରାନ୍ଧିବା ଉପଯୋଗୀ ନୁହେଁ । ଏଣୁ ପାନୀୟ ଜଳ ଓ ଖାଇବା ପାଣି ପାଇଁ ଏମାନଙ୍କୁ ନଦୀ ଉପରେ ହିଁ ନିର୍ଭର କରିବାକୁ ପଡେ । ବର୍ଷ ବର୍ଷ ଧରି ପିଇବା ପାଣି ସମସ୍ୟା, ଫେଲ ମାରିଛି ବସୁଧା ଯୋଜନା, ମନମୁଣ୍ଡାବାସୀଙ୍କ ପାନୀୟ ଜଳ ସମସ୍ୟକୁ ଦୂର କରିବାକୁ ମନମୁଣ୍ଡାରେ ବସୁଧା ଜଳଯୋଗଣ ପ୍ରକଳ୍ପ ତ କରାଯାଇଛି କିନ୍ତୁ ତାହା କାମରେ ଆସୁନାହିଁ ।

ସେହିଭଳି ନିକଟ ଲୋକାପଡା ତେଲନଦୀ କୂଳରେ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ସ୍ଥାପିତ ହୋଇଛି । କୋଟି କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ ହୋଇଥିଲେବି ଆଜିଯାଏ ମନମୁଣ୍ଡାବାସୀଙ୍କ କାମରେ ଆସିପାରିନାହିଁ । ତେବେ ତୁରନ୍ତ ପିଇବା ପାଣି ଯୋଗାଇ ନ ଦେଲେ ଆନ୍ଦୋଳନ କରିବା ସହ ସାଧାରଣ ନିର୍ବାଚନ ରେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ଲୋକେ l