ପାଣିରେ ବୁଡିଯାଇ କଲେଜ ଛାତ୍ରଙ୍କ ମୃତ୍ୟୁ

0
38
ପାଣିରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଜଗତସିଂହପୁର, (୨୮/୦୩) : ପାଣିରେ ବୁଡିଯାଇ କଲେଜ ଛାତ୍ରଙ୍କ ମୃତ୍ୟୁ

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ମହାନଦୀ ପଠାକୁ ଗାଧେଇବାକୁ ଯାଇ ନିଖୋଜ ହୋଇଯାଇଥିଲେ ବାଲିପାଟଣା ଗ୍ରାମର ସାମ୍ବାଦିକ ସୁଧାଂଶୁ ପୃଷ୍ଟି ଙ୍କ ବଡ଼ପୁଅ ଶ୍ରେୟାଂଶୁ । ବୟସ ୧୬ ବର୍ଷ । ଶ୍ରେୟାଂଶୁ ଶାରଳା ମହାବିଦ୍ୟାଳୟ ରାହାମା,କଲେଜରେ +୨ ବିଜ୍ଞାନ ଦ୍ଵିତୀୟ ବର୍ଷ ଛାତ୍ର ଥିଲା । ସାଙ୍ଗ ମାନଙ୍କ ସହିତ କୋଟକଣା ମହାନଦୀ ପଠାକୁ ଯାଇ ଶୌଚ ହେଉଥିବା ବେଳେ ଗୋଡ଼ ଖସିଯାଇଥିଲା । ଏହାପରେ ସ୍ଥାନୀୟ ଲୋକମାନେ ଅଗ୍ନିଶମ ବାହିନୀ ଙ୍କୁ ଖବର ଦିଆଯାଇଥିଲ। ଖବର ପାଇ ତିର୍ତ୍ତୋଲ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ତାହା ମିଳିପାରିନଥିଲା । ପରେ ଜଗତସିଂହପୁର ଓଡ୍ରାଫ ଟିମ୍ ସହାୟତାରେ ଆଜି ସକାଳ ୭ ଟା ସମୟରେ ମହାନଦୀରୁ ମୃତଦେହ ଉଦ୍ଧାର ହୋଇଥିଲା । ଘଟଣା ସ୍ଥଳରେ ତିର୍ତ୍ତୋଲ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ପୋଲିସ ପକ୍ଷରୁ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠେଇ ଦିଆଯାଇଛି ।