LED ବିଜ୍ଞାପନ ନାମରେ ୨ କୋଟି ଠକି ନେଲେ ଦମ୍ପତି

0
55
LED

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୮/୦୩) : LED ରେ ବିଜ୍ଞାପନ ନାମରେ ୨ କୋଟି ଟଙ୍କା ଠକେଇ କରିଛନ୍ତି ଦମ୍ପତି ।

ଘଟଣାରେ ସ୍ବାମୀ ଫେରାର ହୋଇଯାଇଥିବାବେଳେ ସ୍ତ୍ରୀକୁ ଗିରଫ କରିଛି ପୋଲିସ । ଗିରଫ ମହିଳା ହେଲେ ରାମି ଭୂୟାଁ ଓରଫ ରମି ପୃଷ୍ଟି । ମୁମ୍ବାଇର ଏକ ବିଲ୍ଡର ଅଫିସରେ କାମ କରୁଥିଲେ । Quick click add media ଜରିଆରେ ଓଡ଼ିଶାର ଏକାଧିକ ଜିଲ୍ଲାର ଲୋକଙ୍କୁ ଠକେଇ କରିଛନ୍ତି । ଓଡ଼ିଶାରୁ ପାଖାପାଖି ୨ କୋଟି ଟଙ୍କା ଠକେଇ କରି ଫେରାର ହୋଇଯାଇଥିଲେ ।