ଜଙ୍ଗଲକୁ ଯାଇଥିଲେ ବୃଦ୍ଧ; ଆକ୍ରମଣ କଲା ଭାଲୁ

0
60
ଜଙ୍ଗଲକୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୨୮/୦୩) : ଭାଲୁ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ସମ୍ବଲପୁର ଜିଲ୍ଳା ରେଢ଼ାଖୋଲ ବନଖଣ୍ଡ ବଡବାହାଲ ରେଞ୍ଜ ଟାଲଗାଁରେ ଏହି ଘଟଣା ଘଟିଛି । ମୃତ ବୃଦ୍ଧ ଜଣଙ୍କ ହେଲେ ଅଭିମନ୍ୟୁ ସେଠୀ ।

ଆଜି ସକାଳେ ଅଭିମନ୍ୟୁ ଘର ନିକଟ ଜଙ୍ଗଲକୁ ଯାଇଥିଲେ । ସେଠାରେ ତାଙ୍କୁ ଭାଲୁ ଆକ୍ରମଣ କରିଥିଲା । ଅଭିମନ୍ୟୁ ଜୀବନବିକାଳେ ଭାଲୁ କବଳରୁ ଖସି ଯିବାକୁ ଉଦ୍ୟମ କରିଥିଲେ । ଚିତ୍କାର କରି ଭାଲୁ କବଳରୁ ରକ୍ଷା ପାଇବା ପାଇଁ ଗ୍ରାମବାସୀଙ୍କୁ ଡାକିଥିଲେ । ଗ୍ରାମବାସୀ ତାଙ୍କ ଡାକ ଶୁଣି ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଭିମନ୍ୟୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବନ ବିଭାଗ ଘଟଣାର ତଦନ୍ତ କରୁଛି ।