ବୃଦ୍ଧଙ୍କୁ ଧକ୍କା ଦେଇ ୩୦ ମିଟର ଟାଣିନେଲା ପିକ୍‌ଅପ ଭ୍ୟାନ

0
68
ବୃଦ୍ଧଙ୍କୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନବରଙ୍ଗପୁର, (୨୮/୦୩) : ବୃଦ୍ଧଙ୍କୁ ଧକ୍କା ଦେଇ ୩୦ ମିଟର ପର୍ଯ୍ୟନ୍ତ ଟାଣିନେଲା ପିକ୍‌ଅପ ଭ୍ୟାନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ ସାନଭରଣ୍ଡି ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ମୃତ ବୃଦ୍ଧା ଜଣଙ୍କ ହେଲେ ଗୌରୀ ମାଝୀ । ଆଜି ସକାଳେ ବୃଦ୍ଧା ଜଣଙ୍କ କୌଣସି କାମରେ ରାସ୍ତା ପାର ହେଉଥିଲେ । ଠିକ୍ ଏହି ସମୟରେ ଉମରକୋଟ ପଟୁ ଆସୁଥିବା ଦହି ବୋଝେଇ ପିକ୍‌ଅପ ଭ୍ୟାନ ବୃଦ୍ଧଙ୍କୁ ଧକ୍କା ଦେଇଥିଲା । ପରେ ବୃଦ୍ଧଙ୍କୁ ୩୦ ମିଟର ପର୍ଯ୍ୟନ୍ତ ଟାଣି ନେଇଥିଲା । ଘଟଣାସ୍ଥଳରେ ଗୌରୀଙ୍କର ମୃତ୍ୟୁ ଘଟିଥିଲା । ଗୌରୀଙ୍କ ମୃତ୍ୟୁପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ମୃତ ଶରୀରକୁ ରାସ୍ତା ଉପରେ ରଖି କ୍ଷତିପୂରଣ ଦାବିରେ ଉମରକୋଟ-ଜୟପୁର ରାଜ୍ୟ ରାଜପଥ ଅବରୋଧ କରିଥିଲେ ସ୍ଥାନୀୟ ଲୋକେ । ଫଳରେ ଯାତାୟତରେ ବାଧା ଉପୁଜିଥିଲା । ଉମରକୋଟ ଥାନା ଅଧିକାରୀ ଡମ୍ବରୁଧର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି ।