କାଶୀନଗର ବ୍ଲକ ର ସୀମା ରେ ଥିବା ଲିହୁରି ଗୋପୀନାଥ ଙ୍କ ଦୋଳ ଯାତ୍ରା ଅରମ୍ଭ

0
65
କାଶୀନଗର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୯/୦୩) : କାଶୀନଗର ବ୍ଲକର ବୁଦୁରା ପଞ୍ଚାୟତ ଅନ୍ତର୍ଗତ କିତିଙ୍ଗି ଗ୍ରାମ ଅରପାରୀ ରେ ରହିଛି ଲିହୁରି ଗ୍ରାମ, ଯାହାକି ଏକଦା ପାରଳା ର ଗଜପତି ମହାରାଜ ଙ୍କ ରାଜୁତି କାଳ ରେ ମହାରାଜା ନିଜ ଅଂଚଳ କୁ ବୁଲି ଆସୁଥିଲେ ସେତେବେଳେ ଗୋଟେ ରାଜ ବାଟି ଲିହୁରି ରେ ରହିଥିଲା, ଯାହାକି ପାରଳା ରାଜବଂଶ ର ଛାପ ରହିଥିଲା l

କାଶୀନଗର ବ୍ଲକ ର ସୀମା ରେ ଥିବା ଲିହୁରି ଗୋପୀନାଥ ଙ୍କ ଦୋଳ ଯାତ୍ରା ଅରମ୍ଭ l ଏହି ରାଜ ଉଆସ ରେ ରାଜା ବେଳେ ବେଳେ ରହୁଥିଲେ, ଏହା ଗତ ୧୯୮୦ ମସିହା ପ୍ରଳୟଙ୍କରି ବନ୍ୟା ରେ ରୁଗ୍ଣ ହୋଇଗଲା ଆସ୍ତେ ଆସ୍ତେ ଏହା ଭୁଲିନ ହୋଇଗଲା l ଲିହୁରି ରେ ଥିବା ଗୋପୀନାଥ ଓ ରାଧାରାଣୀ ଙ୍କ ମୃଣ୍ମୟ ମୂର୍ତ୍ତି କ୍ଷୀର ଚୋରା ଗୋପୀନାଥ ଙ୍କ ମୂର୍ତ୍ତି ଭଳି ରାଜା କୃଷ୍ଣ ଚନ୍ଦ୍ର ଗଜପତି ଏହି ମନ୍ଦିର ର ପରିଚାଳନା କରି ଆସୁଥିଲେ, ଏବେ ମଧ୍ୟ ରାଜ ପରିବାର ର ଦାୟାଦ ମାନେ ଏହାର ପରିଚାଳନା କରୁଛନ୍ତି l ଏହି ମନ୍ଦିର ର ଜମି କାଶୀନଗର ଥାନା ର ପି. ହରିପୁର, କଇଠପଦାର ଅଂଚଳ ରେ ରହିଛି l ଏଠାରେ ପ୍ରତ୍ୟେକ ବର୍ଷ ଦୋଳ ପୁର୍ଣିମା ଆଗ ଦିନ ମଘା ପୋଡି ବା ମେଣ୍ଢା ପୋଡି ଉତ୍ସବ ହୁଏ, ଦୋଳ ପୁର୍ଣିମା ରେ ଗୋପୀନାଥ ମହାପ୍ରଭୁ ବିମାନରେ ଗାଁ ପରିକ୍ରମଣ କାଟି ଭକ୍ତ ମାନଙ୍କ ସହ ଅବିର, ଫଗୁ ଖେଳନ୍ତି l

ପବିତ୍ର ବଂଶଧରା ନଦୀ ରେ ସ୍ନାନ କରି ପୁନଃ ମନ୍ଦିର କୁ ଫେରନ୍ତି l ଦୋଳ ପୁର୍ଣିମା ଠାରୁ ଏଠାରେ ଆଠ ଦିନ ଯାତ୍ରା ହୁଏ, ବର୍ତମାନ ଏହା ଆନ୍ଧ୍ର ସରକାର ଙ୍କ ଦ୍ୱାରା ପରିଚାଳନା ହେଉଛି, ସେଠାକାର ଲୋକେ ଓ ପାରଳାଖେମୁଣ୍ଡି ଓ କାଶୀନଗର ଅଖ ପାଖ ଅଞ୍ଚଳ ର ବହୁ ଲୋକ ଙ୍କ ଦାନରେ ମନ୍ଦିର ପୁନଃ ନିର୍ମାଣ ହୋଇ ପ୍ରତିଷ୍ଠା ହୋଇଛି l ଏହି ଆଠ ଦିନ ସମସ୍ତ ଭକ୍ତଙ୍କୁ ପ୍ରସାଦ ସେବନ ପାଇଁ ପ୍ରସତ୍ୟେକ ଦିନ ଜଣେ ଦୁଇଜଣ ଭକ୍ତ ଆଗେଇ ଆସି ଦାୟିତ୍ୱ ନିଅନ୍ତି, ଉତ୍କଳ ର ପଶ୍ରମ୍ପରା ଓ ଛାପ ସଂସ୍କୃତି ଏବେ ମଧ୍ୟ ଏହି ମନ୍ଦିର ରେ ଦେଖିବାକୁ ମିଳେ l