ଗାଁ’କୁ ରାସ୍ତା ନଥିବାରୁ ପହଞ୍ଚି ପାରିଲାନାହିଁ ଆମ୍ବୁଲାନ୍ସ, ଚାଲି ଚାଲି ଗଲେ ଗର୍ଭବତୀ

0
70
ଗାଁ'କୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୩୦/୦୩) : ଗାଁ’କୁ ରାସ୍ତା ନଥିବାରୁ ପହଞ୍ଚି ପାରିଲାନାହିଁ ଆମ୍ବୁଲାନ୍ସ । ଚାଲି ଚାଲି ଗଲେ ଗର୍ଭବତୀ ।

ସମ୍ବଲପୁର ବାମରା ବ୍ଲକ ରବଗା ପଞ୍ଚାୟତ ଅଭାବନୀୟ ଘଟଣା । ସିମେଲବାହାଲ ଜହରୁଢିପା ଗାଁ’କୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯିବା ସମ୍ଭବ ହୋଇ ନଥିଲା । ଶେଷରେ ଗର୍ଭବତୀ ମହିଳାଙ୍କୁ ଚାଲି ଚାଲି ଯିବାକୁ ପଡ଼ିଥିଲା। ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଗାଁ’ରେ ୩୦ରୁ ଊର୍ଦ୍ଧ୍ବ ପରିବାର ବାସ କରୁଥିବା ବେଳେ ଆଜି ପର୍ଯ୍ୟନ୍ତ ଏହି ଗାଁକୁ ରାସ୍ତା ପହଞ୍ଚି ନାହିଁ । ରାସ୍ତା ପାଇଁ ବାରମ୍ବାର ଅଭିଯୋଗ ହେଉଥିବା ବେଳେ କର୍ଣ୍ଣପାତ କରୁନାହାନ୍ତି ପ୍ରଶାସନ ।