କାଶୀନଗର ତାତି ବୃଦ୍ଧି : ସେପଟ ଜଳ ସଙ୍କଟ !

0
32
କାଶୀନଗର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୩୧/୩) : ଗଜପତି ରେ ତାତି ଦିନ କୁ ଦିନ ବୃଦ୍ଧି ହେବାରେ ଲାଗିଛି । ଏପଟ ରାଜ୍ୟ ସରକାର ସକାଳୁଆ ସ୍କୁଲ ଘୋଷଣା କଲେଣି ।

ତାପମାତ୍ରା ୪୦ ଡିଗ୍ରୀ ହେଲାଣି, ଦିନ ୧୧ଟା ପରେ ବାହାର କୁ ବାହାରି ହେଉନାନାହିଁ । ଏସ ଆର ସି ଙ୍କ ନିଁର୍ଧେଶ କ୍ରମେ ଗଣ ଶିକ୍ଷା ବିଭାଗ ଏହି ନିଷ୍ପତି ନେଇଛନ୍ତି । ସେପଟ କାଶୀନଗର ବ୍ଲକ ର କେ. ସୀତାପୁର ପଞ୍ଚାୟତର ତରଳା ଆଦିବାସୀ ଗ୍ରାମ ରେ ଜଳ ସଙ୍କଟ ଦେଖା ଯାଇଥିବା ଅଭିଯୋଗ ହେଉଛି । ଗ୍ରାମ ଠାରୁ ଏକ କିଲୋମିଟର ଦୂରରେ ବହୁଥିବା ପ୍ରଦ୍ୟୁଷିତ ନାଳ ରୁ ଲୋକେ ପାଣି ବହୁଥିବା ଦେଖାଯାଇଛି । ଏବେଠାରୁ ଏହାର ସମାଧାନ ନ ହେଲେ ଆଗାମୀ ଦିନରେ ବଡ଼ ସମସ୍ୟା ଦେଖାଯିବ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।