୧୫ କୁଇଣ୍ଟାଲ ଗଞ୍ଜେଇ ସହ ଦୁଇ ବନ୍ଧୁକ ଜବତ

0
75
୧୫

ରିପୋର୍ଟ : ବିଭୂତି ଲହରିଆ
ବାଲିଗୁଡା, (୩୧/୩) : ସାଧାରଣ ନିର୍ବାଚନ କୁ ଦୃଷ୍ଟି ରେ ରଖି ବାଲିଗୁଡା ପୋଲିସର ପେଟ୍ରୋଲିଙ୍ଗ ବେଳେ ଦେଢ଼ କୋଟି ଟଙ୍କା ରୁ ଉର୍ଦ୍ଧ ମୂଲ୍ୟ ର ଗଞ୍ଜେଇ ସହ ୨ଟି ଦେଶୀ ବନ୍ଧୁକ ଜବତ କରିଛି ବାଲିଗୁଡା ପୋଲିସ l

୧୫ କୁଇଣ୍ଟାଲ ଗଞ୍ଜେଇ ସହ ଦୁଇ ବନ୍ଧୁକ ଜବତ l ବାଲିଗୁଡା ଥାନା ଅଂଚଳ ରେ ପୋଲିସ ର ପେଟ୍ରୋଲିଙ୍ଗ ବେଳେ ମୁସୁକୁଲି ଗାଁ ନିକଟରେ ଥିବା ଜଙ୍ଗଲ ରେ ଗଂଜେଇ ଭର୍ତି ବ୍ୟାଗ ଦେଖି ପୋଲିସ କୁ ସନ୍ଦେହ ହୋଇଥିଲା l ବାଲିଗୁଡା ଏସ.ଡ଼ି.ପି.ଓ ରାହୁଲ ଗୋଏଲ ଙ୍କ ନେତୃତ୍ୱ ରେ ବାଲିଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଙ୍କ ମିଳିତ ଟିମ ମୁସୁକୁଲି ଜଙ୍ଗଲ ରେ ଚଢ଼ାଉ କରିଥିଲା l ଚଢ଼ାଉ ସମୟରେ ଘଟଣା ସ୍ଥଳରୁ ଚାରି ଜଣ ଗଞ୍ଜେଇ ମାଫିଆ ଫେରାର ହୋଇଥିବା ବେଳେ ଜଙ୍ଗଲ ରୁ ୧୫ କୁଇଣ୍ଟାଲ ଗଞ୍ଜେଇ ସହ ୨ଟି ଦେଶୀ ବନ୍ଧୁକ ଜବତ କରିଛି ବାଲିଗୁଡା ପୋଲିସ l

ତେବେ ଜଙ୍ଗଲ ମଧ୍ୟରେ ଗଞ୍ଜେଇ ଭର୍ତି ବ୍ୟାଗ ଏକତ୍ରିତ କରି ବାହାର କୁ ଗଞ୍ଜେଇ ଚାଲାଣ ପାଇଁ ଯୋଜନା କରୁଥିବା ପ୍ରାଥମିକ ତଦନ୍ତ ରୁ ଜଣା ପଡିଛି l ତେବେ ଏହି ବିପୁଳ ପରିମାଣ ର ଗଞ୍ଜେଇ ଚୋରା ଚାଲାଣ ରାକେଟ ରେ ଆଉ କାହାର ସମ୍ପୃକ୍ତି ରହିଛି ସେ ନେଇ ଅଧିକ ଖୋଦତାଡ଼ ଜାରୀ ରହିଥିବା ବାଲିଗୁଡା ଏସଡ଼ିପିଓ ରାହୁଲ ଗୋଏଲ ସୂଚନା ଦେଇଛନ୍ତି l