ଉପଖଣ୍ଡ ସ୍ତରୀୟ ଉତ୍କଳ ଦିବସ – ୨୦୨୪ ଅନୁଷ୍ଠିତ

0
49
ଉପଖଣ୍ଡ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୦୧/୦୪) : ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ଓଡିଶା ଦିବସ – ୨୦୨୪ ପାଳନ କରାଯାଇଅଛି ।WhatsApp Image 2024 04 02 at 00.28.29 ଉପଖଣ୍ଡ ସ୍ତରୀୟ ଉତ୍କଳ ଦିବସ - ୨୦୨୪ ଅନୁଷ୍ଠିତ

ସାଧାରଣ ନିର୍ବାଚନ ସକାଶେ ଆଦର୍ଶ ଆଚରଣ ସଂହିତା ଲାଗୁ ନିୟମ ଅନୁପାଳନ ସହ ଟିଟିଲାଗଡ ସହରରେ ଅବସ୍ଥାପିତ ଓଡିଶାର ବରପୁତ୍ର ସ୍ବଭାବ କବି ଗଙ୍ଗାଧର ମେହେର ଏବଂ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ଟିଟିଲାଗଡ଼ ପୌରପରିଷଦ ର ନିର୍ବାହୀ ଅଧିକାରୀ ଜୟସେନ ଧାରୁଆ ଓ ପୌରପରିଷଦର କର୍ମଚାରୀ ଉପସ୍ଥିତ ରହି ପୂଜ୍ୟପୂଜା ଓ ମାଲ୍ୟାର୍ପଣ କରିଥିଲେ । ଟିଟିଲାଗଡ ଉପଜିଲ୍ଲାପାଳ ରେହାନ ଖାତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ବୈଠକ ଗୃହ ଠାରେ ଅନୁଷ୍ଠିତ ହୋଇଥିଲା । ଆଜି ହେଉଛି ପ୍ରତ୍ୟେକ ଓଡିଆଙ୍କ ପାଇଁ ଏକ ଗର୍ବ ଓ ଗୌରବର ଦିନ, ଓଡିଆ ଜାତିର ମହାମନିଷିଙ୍କ ସ୍ମୃତିଚାରଣ ଉପସ୍ଥିତ ଥିବା ଅଧିକାରୀ ବୃନ୍ଦ ନିଜର ବକ୍ତବ୍ୟରେ କହିଥିଲେ ।

କାର୍ଯ୍ୟକ୍ରମରେ ସହକାରୀ ଜିଲ୍ଲାପାଳ ସନ୍ଦିପ କୁମାର ଚନ୍ଦ୍ରକାର, ଚନ୍ଦ୍ର ପ୍ରସାଦ ଦେହୁରି, ସନ୍ତୋଷ କୁମାର ବେହେରା, ସହକାରୀ ଯୋଗାଣ ଅଧିକାରୀ ସଂକର୍ଷଣ ଭୁଏ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଆକାଶ ପଣ୍ଡା, ଟିଟିଲାଗଡ ଉପଜିଲ୍ଲାପାଳ କାର୍ଯ୍ୟାଳୟର ପ୍ରତିଷ୍ଠାନ ଅଧିକାରିଣୀ ମାଧୁରୀ ପଟ୍ଟନାୟକ, ବରିଷ୍ଠ ରାଜସ୍ୱ ସହାୟକ ଅନୁପମା ତ୍ରିପାଠୀ, ଶ୍ୟାମ କୁମାର ସେଠ, ଦେବେନ୍ଦ୍ର ନାଇକ, ସନ୍ତୋଷ ବାଗ, କନିଷ୍ଠ ରାଜସ୍ୱ ସହାୟିକା ନିବେଦିତା ମୁଖାର୍ଜୀ, ଯୋଶକେତନ ବଢିଆ, ହେମ ମଞ୍ଜରି ସାହୁ, ସ୍ବାତି ନାଗ, ରାଜେଶ ରଣା, ଶୁଭମ ରଥ, ଶଶୀ ଭୂଷଣ ନାଗ, ଅଫିସ ଆସିଷ୍ଟାଣ୍ଡ ତଥା ଡିଈଓ ରାଧାକାନ୍ତ ମହାନ୍ତି, ଡିଈଓ ସୁଶାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗର କିରାଣୀ ତଥା ଗ୍ରନ୍ଥାଗାରିକ ଯୁଧିଷ୍ଠିର ପ୍ରଧାନୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ, ପରିଶେଷରେ ସହକାରୀ ଜିଲ୍ଲାପାଳ ସନ୍ତୋଷ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।