ଜାଲ୍ ଓଟିଇଟି ସାର୍ଟିଫିକେଟ ଦେଇ ଚାକିରି କରି ହରଡ଼ଘଣାରେ ଶିକ୍ଷୟତ୍ରୀ

0
36
ଜାଲ୍

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବୌଦ୍ଧ, (୦୭/୦୪) : ଜାଲ୍ ଓଟିଇଟି ସାର୍ଟିଫିକେଟ ଦେଇ ଚାକିରି କରି ହରଡ଼ଘଣାରେ ଶିକ୍ଷୟତ୍ରୀ । ଥାନାରେ ମାମଲା ରୁଜ୍ଜୁ ହୋଇଥିବାବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଏଭଳି ଏକ ଜାଲିଆତିର ଖବର ଆସିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଗୋଷ୍ଠୀ ଶିକ୍ଷାଧିକାରୀ ଅଧିନସ୍ଥ ଆଡ଼େଣିଗଡ଼ ଗ୍ରାମ ପଞ୍ଚାୟତର ରାଣୀଗଞ୍ଜ ପ୍ରାଥମିକ ବିଦ୍ୟାଳୟରୁ । ସୂଚନା ମୁତାବକ ରାଣୀଗଞ୍ଜ ସ୍କୁଲର ଶିକ୍ଷୟତ୍ରୀ କୁମୁଦିନୀ ପଣ୍ଡା ଜାଲ ଓଟିଇଟି ପ୍ରମାଣ ପତ୍ର ଦେଇ ଚାକିରି କରିଥିଲେ । ଘଟଣା ସମ୍ପର୍କରେ ଅଭିଯୋଗ ପାଇଲା ପରେ ଜିଲ୍ଲା ଶିକ୍ଷା ବିଭାଗ ଏହା ଅସଲି କି ନକଲି ଜାଣିବା ପାଇଁ ବୋର୍ଡ ଅଫିସକୁ ଚିଠି କରିଥିଲା । ବୋର୍ଡ ଅଫିସରୁ ଚିଠି ଆସିବା ପରେ ଜଣାପଡ଼ିଛି ଯେ ଶିକ୍ଷୟତ୍ରୀ ଜଣଙ୍କ ଜାଲ ଓଟିଇଟି ପ୍ରମାଣ ପତ୍ର ଦେଇଥିଲେ । ଏହାପରେ ହରଭଙ୍ଗା ଗୋଷ୍ଠୀ ଶିକ୍ଷାଧିକାରୀ ସମ୍ପୃକ୍ତ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ ପୁରୁଣାକଟକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ପୁରୁଣାକଟକ ପୋଲିସ ।