ସ୍କିମ ୱାର୍କର ମାନଙ୍କ ତରଫରୁ ଜିଲ୍ଲାପାଳ ଅଫିସ ଘେରାଉ

0
168

ରିପୋର୍ଟ : ରଂଜିତ ବେହେରା //
ଢେଙ୍କାନାଳ,(୨୪/୦୯) : କେନ୍ଦ୍ରୀୟ ଟ୍ରେଡ଼ ଇଉନିୟନ ତରଫରୁ ଅଙ୍ଗନବାଡି କର୍ମୀସଙ୍ଘ,ଆଶା, ପାଚିକାଙ୍କ ସର୍ବନିମ୍ନ ଦାବିନେଇ ଆହୁତ ସର୍ବ ଭାରତୀୟ ଧର୍ମଘଟ ପରିପେକ୍ଷିରେ ନିଖିଳ ଓଡିଶା ଅଙ୍ଗନବାଡି କର୍ମୀସଙ୍ଘ,ନିଖିଳ ଓଡିଶା ପାଚିକା ସହାୟିକାସଂଘ ଢେଙ୍କାନାଳ ବ୍ଲକ କମିଟି ଭଳି ସ୍କିମ ୱାର୍କର ମାନଙ୍କ ତରଫାରୁ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଧାରଣା ଦେଇଥିଲେ ।2 ସ୍କିମ ୱାର୍କର ମାନଙ୍କ ତରଫରୁ ଜିଲ୍ଲାପାଳ ଅଫିସ ଘେରାଉ

ବିଭିନ୍ନ ଅଞ୍ଚଳରୁ ଆସିଥିବା ଅଙ୍ଗନବାଡି କର୍ମୀସଙ୍ଘ,ଆଶା, ପାଚିକା,ସ୍କିମ ୱାର୍କର ମାନଙ୍କ ତରଫରୁ ବାଜିଚୌକ ଠାରୁ ଏକ ଶୋଭାଯାତ୍ରା ଆରମ୍ଭ କରି ମୁଖ୍ୟ ରାସ୍ତାରେ ପରିକ୍ରମା କରିବା ସହ ଆସି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ ।

ଭିକ୍ଷୋପ ସ୍ଥଳରେ ବ୍ଲକ ସଭାପତି ସୁଜାତା ନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସଭାର ସାଧାରଣ ସମ୍ପାଦିକା ହରାପ୍ରିୟା ସ୍ୱାଇଁ,ପାଚିକା ସହାୟିକା ନେତା ରବି ନାୟକ,ବ୍ଲକ ସମ୍ପାଦିକା ଭାରତୀ ନାୟକ, AITUC ର ସଭାପତି ଜମ୍ବେଶ୍ୱର ପୃଷ୍ଟି, ସମ୍ପାଦକ ନାରାୟଣ ନାୟକ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ।

ସ୍କିମ ୱାର୍କର ମାନଙ୍କୁ ମିନିମନ ଦରମା ୨୧୦୦୦ ପ୍ରଦାନ,ଅଙ୍ଗନବାଡି କେନ୍ଦ୍ର ମାନଙ୍କୁ ଘରୋଇକରଣ କୁ ବନ୍ଦ କରିବା,ଅଙ୍ଗନବାଡି କର୍ମୀଙ୍କୁ ଅନ୍ୟ କାର୍ଯ୍ୟରୁ ନିବୃତ ରଖିବା,ଅଙ୍ଗନବାଡି କେନ୍ଦ୍ରକୁ ଗ୍ୟାସ ଯୋଗାଇଦେବା,ପାଚିକା ମାନଙ୍କର କୋରନା ସମୟର ମାସିକ ଭତ୍ତା ତୁରନ୍ତ ପ୍ରଦାନ ପ୍ରଭୃତି ଦାବିନେଇ ଆନ୍ଦୋଳନ ଯାଗିଥିଲା । ଆଜିର ଏହି ଭିକ୍ଷୋପରେ ଶତାଧିକ ସ୍କିମ ୱାର୍କର ଯୋଗଦେଇଥିଲେ ।