ବାଇକରୁ ୧୪କେଜି ଗଞ୍ଜେଇ ଜବତ

0
32
ବାଇକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଟିଟିଲାଗଡ, (୧୦/୦୪) : ତୁଷୁରା ଅବକାରୀ ବିଭାଗର ଵଡ ସଫଳତା । ଗୁଡଭେଲା- ତୁଷୁରା ରାସ୍ତାରେ ଅବକାରୀ ଵିଭାଗର କର୍ମଚାରୀ ମେନେ ପାଟ୍ରୋଲିଂ କରିଵା ସହ ଗାଡିକୁ ଯାଞ୍ଚ କରୁଥିଲେ ।

ସେହି ସମୟରେ ଏକ ବାଇକରୁ ୧୪କେଜି ଗଞ୍ଜେଇ ଜବତ କରିବା ସହ ଜଣେ ନାବାଳକଙ୍କୁ ଗିରଫ କରିଛି ଅଵକାରୀ ଵିଭାଗ । ବାଇକଟି ଅବକାରୀ ବିଭାଗଙ୍କୁ ଦେଖି ବାଇକ ଦ୍ରୁତ ଗତିରେ ଆସୁଥିଲା। ହଠାତ୍ ଅବକାରୀ କର୍ମଚାରୀଙ୍କୁ ଦେଖୁ ସେମାନେ ଫେରାର ଉଦ୍ୟମ କରିଥିଲେ । ଅବକାରୀ ବିଭାଗ ଗୋଟିଏ ବାଇକକୁ କାବୁକରି ପଚରା ଉଚରା କରିଵା ପରେ ତାଙ୍କ ପାଖରୁ ୧୪ କେଜିର ଗଞ୍ଜେଇ ଜବତ କରାଯାଇଥିଲା ।

ଛତିଶଗଡ଼ର ରାୟପୁରକୁ ବେଆଇନ ଗଞ୍ଜେଇ ଚାଲାଣ ହୋଉଥିଵାର ଜଣାପଡିଛି । ନାବାଳକକୁ ଗିରଫକରି ଜେଜେବୋର୍ଡରେ ହାଜର କରାଯାଇଥିଲା। ନାବାଳକ ଜଣକ ଛତିଶଗଡ଼ରୁ ବାଇକରେ ଗଞ୍ଜେଇ ନେବା ପାଇଁ ଆସିଥିବା ଜଣାପଡିଛି । ଏହି ଚଢଉରେ ତୁଷୁରା ଅବକାରୀର ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, କନଷ୍ଟେବଳ ବିଭୁତି ଭୁଷଣ ଭୋଇ, ଭୋଜରାଜ ବଢେଇ, ସୁନେଲି ପ୍ରଧାନ ଏହି କାର୍ଯ୍ୟରେ ସଫଳ ହୋଇଥିଲେ ।