ନିର୍ମାଣାଧୀନ କୋଠା ଛାତ ଭୁଶୁଡ଼ି ଦୁଇ ଶ୍ରମିକ ମୃତ, ୧୭ ଆହତ

0
31
ନିର୍ମାଣାଧୀନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଉତ୍ତରପ୍ରଦେଶର, (୧୫/୦୪) : ନିର୍ମାଣାଧୀନ କୋଠା ଛାତ ଭୁଶୁଡ଼ି ଦୁଇ ଶ୍ରମିକ ମୃତ। ଏଥିସହ ୧୭ ଜଣ ଆହତ ହୋଇଥିବା ସୂଚନା। ଉତ୍ତରପ୍ରଦେଶର ମୁଜାଫରନଗରରେ ଘଟିଛି ଏହି ଅଘଟଣ ।

ସୂଚନା ଅନୁସାରେ, ମୁଜାଫରନଗରରେ ଏକ ମାର୍କେଟରେ କୋଠା ନିର୍ମାଣ ଚାଲିଥିଲା । ରବିବାର ଶ୍ରମିକମାନେ କାମ କରୁଥିବା ସମୟରେ କୋଠା ଛାତ ଭୁଶୁଡ଼ି ପଡିଥିଲା । ଫଳରେ ୧୯ ଜଣ ଶ୍ରମିକ ଆବର୍ଜନା ତଳେ ଚାପି ହୋଇ ଯାଇଥିଲେ । ଖବର ପାଇ ତୁରନ୍ତ ଉଦ୍ଧାରକାରୀ ଟିମ୍ ଏବଂ ପୁଲିସ ପହଞ୍ଚି ବିଲ୍ଡିଂର ଆବର୍ଜନା ତଳେ ପୋତି ହୋଇ ଯାଇଥିବା ୧୯ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୭ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଘଟଣାରେ ମାର୍କେଟ ମାଲିକ ଏବଂ କଣ୍ଟ୍ରାକ୍ଟରଙ୍କୁ ଗିରଫ କରାଯାଇଥିବା ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ କହିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ମୃତକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଆହତଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।