ବାଲିଗୁଡା ରେ ନୂଆ ପ୍ରାଥୀ ଉପେନ୍ଦ୍ର ଙ୍କୁ ସ୍ୱାଗତ କଲେ କଂଗ୍ରେସ କର୍ମୀ

0
141
ବାଲିଗୁଡା

ରିପୋର୍ଟ : ବିଭୂତି ଲହରିଆ
ବାଲିଗୁଡା, (୧୫/୪) : ବାଲିଗୁଡା ନିର୍ବାଚନ ମଣ୍ଡଳୀ ରେ ବିଧାୟକ ପାର୍ଥି ବଦଳେଇଲା କଂଗ୍ରେସ l ପୂର୍ବ ରୁ ସୁରଦା ପ୍ରଧାନ ଙ୍କୁ କଂଗ୍ରେସ ର ବିଧାୟକ ପାର୍ଥି ଭାବେ ଟିକେଟ ପ୍ରଦାନ କରାଯାଇଥିଲା lWhatsApp Image 2024 04 16 at 09.17.54 ବାଲିଗୁଡା ରେ ନୂଆ ପ୍ରାଥୀ ଉପେନ୍ଦ୍ର ଙ୍କୁ ସ୍ୱାଗତ କଲେ କଂଗ୍ରେସ କର୍ମୀ

କିନ୍ତୁ ପୁନଃ ସୁରଦା ପ୍ରଧାନଙ୍କ ସ୍ଥାନରେ ଉପେନ୍ଦ୍ର ପ୍ରଧାନ ଙ୍କୁ ଟିକେଟ ପ୍ରଦାନ କରିଛି କଂଗ୍ରେସ l ସୁରଦା ଙ୍କୁ ଟିକେଟ ପ୍ରଦାନ କରାଯିବା ନେଇ କୁଇ ସମାଜ ଓ କଂଗ୍ରେସ କର୍ମୀ ବିରୋଧ କରିଥିଲେ l ବର୍ତମାନ ସୁରଦା ଙ୍କ ଟିକେଟ ପ୍ରତ୍ୟାହାର ପରେ ଉପେନ୍ଦ୍ର ଙ୍କୁ ଟିକେଟ ପ୍ରଦାନ କରାଯିବା ନେଇ କଂଗ୍ରେସ ମହଲ ରେ ଖୁସି ର ଲହରୀ ଖେଳିଯାଇଛି l ଉପେନ୍ଦ୍ର ଙ୍କୁ ଟିକେଟ ମିଳିବା ପରେ ବିଭିନ୍ନ ଅଂଚଳ ରେ ମିଠା ବାଣ୍ଟିବା ସହ ବାଣ ଫୁଟେଇ ସେଲିବ୍ରେଟ କରିଛନ୍ତି କଂଗ୍ରେସ କର୍ମୀ l ଉପେନ୍ଦ୍ର ଙ୍କୁ ଟିକେଟ ପ୍ରଦାନ କରାଯିବା ନେଇ ଜିଲ୍ଲା କଂଗ୍ରେସ ସଭାପତି ଚନ୍ଦ୍ର ଶେଖର ପରିଡା, ରାଜ୍ୟ ସଭାପତି ଶରତ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜଣେଇଛନ୍ତି କଂଗ୍ରେସ କର୍ମୀ l

ସେହିପରି ନିଜ ଗ୍ରାମ ସାରଙ୍ଗଡ଼ ରେ ଉପେନ୍ଦ୍ର ପ୍ରଧାନ ନିଜ ସମର୍ଥକ ଗ୍ରହଣ ରେ ଏକ ପଦ ଯାତ୍ରା ରେ ବାହାରି ସାରଙ୍ଗଡ଼ ବଜାର ଓ ସାହି ବୁଲି ଗୁରୁଜନ ମାନଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ | ଏବଂ ରାଧାକୃଷ୍ଣ ମନ୍ଦିର ରେ ପୂଜା ଅର୍ଚନା କରି କଂଗ୍ରେସ କର୍ମୀ ଙ୍କ ଗ୍ରହଣ ରେ ଭୋଟ ପାଇଁ ନିଜ ସମର୍ଥକ ମାନଙ୍କୁ ଭେଟି ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି l ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ବ୍ଲକ ରୁ ଉପେନ୍ଦ୍ର ପ୍ରଧାନ ଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ଦଳୀୟ କଂଗ୍ରେସ କର୍ମୀ l

Leave a Reply