ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀ : ବିଜେପି ଓ କଂଗ୍ରେସରେ ଗୋଷ୍ଟି କନ୍ଦଳ, ରେ ବିଜେଡ଼ି ନେବ କି ଫାଇଦା

0
49
ଜି.ଉଦୟଗିରି

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୧୫/୦୪) : କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେପି, କଂଗ୍ରେସ ଓ ବିଜେଡି ପ୍ରାର୍ଥୀ ଙ୍କ ଟିକେଟ ଘୋଷଣା ସରିଛି ।

ବିଜେପି ପ୍ରାର୍ଥୀ ଭାବେ ମାନଗୋବିନ୍ଦ ପ୍ରଧାନ, କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଓ ବିଜେଡି ପ୍ରାର୍ଥୀ ଭାବେ ସାଲୁଗା ପ୍ରଧାନ ଙ୍କ ନାମ ଘୋଷଣା ହୋଇଛି । ହେଲେ କଂଗ୍ରେସ ଓ ବିଜେପିରେ ପ୍ରାର୍ଥୀ ଘୋଷଣା ହେବା ପରେ ଦଳରେ ଦେଖିବାକୁ ମିଳିଛି ଗୋଷ୍ଟି କନ୍ଦଳ। କଂଗ୍ରେସ ଦଳ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଙ୍କୁ ପ୍ରାର୍ଥୀ କରିବା ପରେ କଂଗ୍ରେସର ବରିଷ୍ଟ ନେତା ତଥା କର୍ମୀ ମାନେ ଏହାକୁ ବିରୋଧ କରିଥିଲେ । ଏଭଳିକି କଂଗ୍ରେସର ପୂର୍ବତନ ବିଧାୟିକା ଅଜୟନ୍ତି ପ୍ରଧାନ ଦଳରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛନ୍ତି । ପ୍ରାର୍ଥୀ ବଦଳାଇବା ନେଇ ଅଭିଯୋଗ ହେଉଛି ।

ଏହା ପରେ ମଧ୍ୟ କଂଗ୍ରେସର ବରିଷ୍ଟ କର୍ମକର୍ତ୍ତା ମାନେ ଭୁବନେଶ୍ୱର ଯାଇ ପିସିସି ସଭାପତି ଙ୍କୁ ମଧ୍ୟ ଭେଟି ପ୍ରାର୍ଥୀ ପରିବର୍ତ୍ତନ କରିବା ପାଇଁ ଦାବି କରିଛନ୍ତି । ଯଦି ପ୍ରାର୍ଥୀ ପରିବର୍ତ୍ତନ ନହୁଏ ତାହାଲେ କଂଗ୍ରେସରେ ଗୋଷ୍ଟି କନ୍ଦଳ ଅସମ୍ଭାଳ ହେବା ନେଇ ଆଶଙ୍କା କରାଯାଉଛି । ବିଜେପିରେ ମଧ୍ୟ ସେହି ସମାନ ସ୍ଥିତି । ବିଜେପି ଦଳର ପ୍ରାର୍ଥୀ ଭାବେ ମାନଗୋବିନ୍ଦ ପ୍ରଧାନ ଙ୍କ ନାମ ଘୋଷଣା ହେବା ପରେ ଦଳରେ ଦେଖାଦେଇଥିଲା ଗୋଷ୍ଟି କନ୍ଦଳ । ବିଜେପି ଦଳର ବରିଷ୍ଠ ନେତା ତଥା କର୍ମକର୍ତ୍ତା ମାନେ ପ୍ରାର୍ଥୀ ମାନଗୋବିନ୍ଦ ପ୍ରଧାନଙ୍କୁ ପରିବର୍ତ୍ତନ କରିବା ପାଇଁ ଦାବି କରିଥିଲେ । ଏଭଳିକି ମାନଗୋବିନ୍ଦ ପ୍ରଧାନ ୨୦୧୪ ନିର୍ବାଚନରେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ବେଳେ ମାତ୍ର ୨୨ ଭାଗ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।

ଏଭଳି ପ୍ରାର୍ଥୀ ଙ୍କୁ ପୁନର୍ବାର କାହିଁକି ଟିକେଟ ପ୍ରଦାନ କରାଗଲା ବୋଲି ବରିଷ୍ଟ ନେତା ମାନେ ପ୍ରଶ୍ନ କରିଥିଲେ । ଏଭଳି ବିବାଦ ମଧ୍ୟରେ କୃଷକ ମୋର୍ଚ୍ଚାର ଜିଲ୍ଲା ସଭାପତି ଅବନେଶ୍ୱର ପ୍ରଧାନ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ମଧ୍ୟ ଦେଇଛନ୍ତି । ଏଭଳି ଭାବେ ପ୍ରତି ଦିନ କଂଗ୍ରେସ ଓ ବିଜେପି ଦଳରେ ଗୋଷ୍ଟି କନ୍ଦଳ ସାମ୍ନା କୁ ଆସୁଚି । ଅନ୍ୟ ପଟେ ବିଜେଡ଼ିରେ ଅନେକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡ଼ିରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି । ବିଜେପି ଓ କଂଗ୍ରେସ ଗୋଷ୍ଟି କନ୍ଦଳରେ ବିଜେଡ଼ି ଏହାର ପୁରା ଫାଇଦା ନେବା ନେଇ ଚର୍ଚ୍ଚା ଏବେ ଜୋର୍ ଧରିଛି । ବିଜେପି ଓ କଂଗ୍ରେସ ଗୋଷ୍ଟି କନ୍ଦଳ ବିଜେଡ଼ି ପ୍ରାର୍ଥୀକୁ ବିଜୟ କରାଇବା ପାଇଁ ରାସ୍ତା ଖୋଲି ଦେଇଥିବା ଏକ ପ୍ରକାର ନିଶ୍ଚିତ ହୋଇଛି ।

ସୂଚନା ପ୍ରକାରେ,୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସରେ ଟିକେଟ କୁ ନେଇ ଗୋଷ୍ଟି କନ୍ଦଳ ଯୋଗୁଁ କଂଗ୍ରେସ ଗଡ଼ରେ ଶଙ୍ଖ ନାଦ ହୋଇ ବିଜେଡ଼ି ପ୍ରାର୍ଥୀ ସାଲୁଗା ପ୍ରଧାନ କଂଗ୍ରେସ ପ୍ରାର୍ଥୀ ଶ୍ୟାମଘନ ପ୍ରଧାନ ଙ୍କ ଠାରୁ ୧୧ ହଜାର ରୁ ଉର୍ଦ୍ଧ ଭୋଟରେ ବିଜୟ ହୋଇଥିଲେ । ତେଣୁ ଏହି ସ୍ଥାନ ରେ କିଏ ବାଜି ମାରିବ ତାହା ଦେଖିବାକୁ ରହିଲା।