ଫାମ୍ପୁଣି ହନୁମାନ ବାଟିକାରେ ମହା ବିଷୁବ ସଂକ୍ରାନ୍ତି ପାଳିତ 

0
61
ଫାମ୍ପୁଣି

ରିପୋର୍ଟ : ରବି ଶଙ୍କର ମହାପାତ୍ର
କୋରାପୁଟ, (୧୫/୪) : ଜୟପୁର ବ୍ଲକ୍ ଫାମ୍ପୁଣି ଗ୍ରାମ ସ୍ଥିତ ହନୁମାନ ବାଟିକା ପରିସରରେ ମହା ବିଷୁବ ସଂକ୍ରାନ୍ତି ଆଡମ୍ବର ସହକାରେ ପାଳିତ ହୋଇଯାଇଛି ।WhatsApp Image 2024 04 16 at 09.18.16 ଫାମ୍ପୁଣି ହନୁମାନ ବାଟିକାରେ ମହା ବିଷୁବ ସଂକ୍ରାନ୍ତି ପାଳିତ 

ଶ୍ରୀ ମହାବୀର ହନୁମାନ ବାଟିକାରେ ଅନୁଷ୍ଠିତ ଏହି କାର୍ଷିକ ଉତ୍ସବ ଗତ ୧୩ ତାରିଖ ଚୈତ୍ର ଶୁକ୍ଳ ପଞ୍ଚମୀ ଠାରୁ ଆରମ୍ଭ କରି ୧୫ ତାରିଖ ସପ୍ତମୀ ତିଥି ପର୍ଯ୍ୟନ୍ତ ଚାଲୁ ରହିଥିଲା । ୩ ଦିନ ଧରି ଚାଲିଥିବା ଏହି ଅନୁଷ୍ଠାନର ପ୍ରଥମ ଦିନରେ ଗ୍ରାମର ଶତାଧିକ ମହିଳା ଭବ୍ୟ କଳସ ଯାତ୍ରାରେ ଯୋଗଦାନ କରିଥିଲେ ତଥା ସନ୍ଧ୍ୟାରେ ଅଧିବାସ ଆରମ୍ଭ କରା ଯାଇଥିଲା । ଦ୍ୱିତୀୟ ଦିନରେ ଅଷ୍ଟ ପ୍ରହର ନାମ ଯଜ୍ଞ ସହ ବିଶ୍ଵ ଶାନ୍ତି ରାମ ତାରକ ମହାଯଜ୍ଞ ଆୟୋଜନ କରା ଯାଇଥିଲା । ୩ୟ ଦିବସରେ ଯଜ୍ଞ ସମାପନ ପୂର୍ବକ ବୈଷ୍ଣବ ବିଦାୟ ତଥା ଶତାଧିକ ଭକ୍ତଙ୍କୁ ଅନ୍ନ ପ୍ରସାଦ ତଥା ପଣା ବଣ୍ଟନ କରା ଯାଇଥିଲା ।

ଶ୍ରୀ ହନୁମାନ ବାଟିକା ଟ୍ରଷ୍ଟି ବୋର୍ଡ୍ ଅଧ୍ୟକ୍ଷ ମୂଖ୍ୟ ଆଧ୍ୟାତ୍ମିକ ଗୁରୁ ତଥା ପ୍ରବଚକ ତାରାପ୍ରସାଦ ପ୍ରଧାନଙ୍କ ନେତୃତ୍ବରେ ପୂଜା କମିଟିର ତ୍ରିନାଥ ମଣ୍ଡଳ, ନିରାକାର ରାଉତ, ସୁରେନ୍ଦ୍ର ଚୌଧୁରୀ,ଉମାଞ୍ଚଳ ନାୟକ, ପ୍ରଦୀପ ପ୍ରଧାନ ,ଶ୍ୟାମ ରାଉତ, ଭୋଳା ପ୍ରଧାନ, ଗଣେଶ ରାଉତ, ବଟକୃଷ୍ଣ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ସମ୍ପାଦନରେ ସହାୟତା କରିଥିବା ଜଣାପଡିଛି । ଫାମ୍ପୁଣି ଗ୍ରାମର ଏହି ଆଧ୍ୟାତ୍ମିକ ଚେତନା ସମ୍ପନ୍ନ କାର୍ଯ୍ୟକ୍ରମ ଚାରିଆଡ଼େ ପ୍ରଶଂସିତ ହେବା ସହ ଚର୍ଚ୍ଚାର ବିଷୟ ପାଲଟିଛି ।

Leave a Reply