ଚୋରା କାଠ ସହ ଗୋଟିଏ ବାଇକ ବି ଜବତ କରିଛି ବନଭିଭାଗ

0
22
ଚୋରା କାଠ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବରଗଡ, (୧୬/୦୪) : ପଦ୍ମପୁର ସବ ଡ଼ିଭିଜନ ଅନ୍ତର୍ଗତ ଗାଇସିଲେଟ ଥାନା କଠୋଉମାଲ ଅଞ୍ଚଳରୁ ମୁଲ୍ୟବାନ କାଠ ଜବତ କରିଛି ପଦ୍ମପୁର ବନଭିଭାଗ ।

ଚୋରା କାଠ ସହ ଗୋଟିଏ ବାଇକ ବି ଜବତ କରିଛି ବନଭିଭାଗ । ତେବେ ଏହି ଅଞ୍ଚଳରୁ ବହୁ ପରିମାଣରେ ଖଇର କାଠ ଛତିଶଗଡ ଏବଂ ବଲାଙ୍ଗିର ଅଞ୍ଚଳକୁ ଚାଲାଣ କରା ଯାଉଥିବା ବେଳେ ଆଜି ବିଶେଷ ସୁତ୍ରରୁ ଖବର ପାଇଁ କଠୋଉମାଲ ଠାରେ ଚଢାଉ କରିଥିଲା ବନ ଭିଭାଗ । ଏହି ସମୟରେ ଚାଲାଣ ପାଇଁ ପିକଅଫରେ ଲୋଡ ହୋଇଥିବା ପ୍ରାୟ ୨ ଟନ ଓଜନର ଖଇର କାଠ ଯାହାର ଆନୁମାନିକ ମୁଲ୍ୟ ପାଖା ପାଖି ୪ଲକ୍ଷ ଟଙ୍କା ହେବ । ଏହା ସହ ବନ କର୍ମଚାରୀଙ୍କୁ ଦେଖି ଗାଡି ଓ କାଠ ଛାଡି ସମସ୍ତେ ଫେରାର ହୋଇଥିବା ବେଳେ ଏକ ବାଇକ ମଧ୍ୟ ଜବତ କରିଛି ବନ ବିଭାଗ । ଏହା ସହ ଅଞ୍ଚଳର କିଛି ଲୋକଙ୍କୁ ଚିହ୍ନଟ କରାଯାଇଛି ଏବଂ ଚାଲାଣକାରୀଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ପଦ୍ମପୁର ରେଞ୍ଜର ସୁଦାମ ଜଗଦଲା ।

Leave a Reply