ସ୍କୁଲ ପାଇଖାନାରୁ ମିଳିଲା ମହିଳାଙ୍କ ମୃତଦେହ

0
24
ସ୍କୁଲ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୧୬/୦୪) : ସ୍କୁଲ ପାଇଖାନାରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ଯାଜପୁର ବିଂଝାରପୁର ଥାନା ମଧୁସୂଦନପୁର ଗ୍ରାମର ମଧୁସୂଦନପୁର ନୋଡାଲ ଉପ୍ରା ବିଦ୍ୟାଳୟ ଶୌଚାଳୟରୁ ରକ୍ତାକ୍ତ ଅବସ୍ଥାରେ ମୃତ ଦେହ ଜବତ କରିଛନ୍ତି ।

ମୃତକ ହେଲେ ସ୍ଥାନୀୟ ଅଞ୍ଚଳର ବିନୋଦିନୀ ସାହୁ । ବିନୋଦିନୀ ସବୁ ଦିନ ଫୁଲ ତୋଳିବା ପାଇଁ ସ୍କୁଲ ପରିସରକୁ ଯାଇଥାନ୍ତି । କିନ୍ତୁ ଆଜି ତାଙ୍କ ମୃତଦେହ କେଉଁ ପରିସ୍ଥିତିରେ ପାଇଖାନା ଭିତରକୁ ଆସିଲା ସେ ନେଇ ସନ୍ଦେହ ଦେଖାଦେଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply