ଦୁର୍ଘଟଣା ରେ ଆହତ ବ୍ୟକ୍ତିଙ୍କୁ ସାହାଯ୍ୟ ର ହାତ ବଢ଼ାଉଛି ଅବ୍ନିଶମ ବିଭାଗ

0
38
ଦୁର୍ଘଟଣା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୫/୪) : କାଶୀନଗର ଅଂଚଳରେ ପ୍ରତ୍ୟେକ ଦିନ କିଛି ନା କିଛି ଦୁର୍ଘଟଣା ଘଟୁଛି । ରାସ୍ତା ଚକାଚକ ଥିବା ବେଳେ ମଦ୍ୟପଙ୍କ ଗାଡି ଚାଳନା ଓ ଦ୍ରୁତ ଗତିରେ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ବୃଦ୍ଧି ପାଉଥିବା ଲକ୍ଷ କରାଯାଇଛି ।

ପ୍ରତ୍ୟେକ ଦୁର୍ଘଟଣା ପାଖରେ କାଶୀନଗର ଅଗ୍ନିଶମ ବିଭାଗ ତତକ୍ଷଣାତ ୧୦୮ ପହଂଚିବା ପୂର୍ବରୁ ପହଂଚି ଆହତ ମାନଙ୍କୁ ଡାକ୍ତର ଖାନା ପହଞ୍ଚାଇବାରେ ଅଗ୍ନିଶମ କର୍ମଚାରୀ ଙ୍କ ଆନ୍ତରିକତା ଓ ସେବା ମୋନଭାବ ଯୋଗୁଁ ବହୁ ଜୀବନ କୁ ରକ୍ଷା କରିପାରିଛନ୍ତି । ଗତ ରବିବାର କାଶୀନଗର ଥାନା ଅଞ୍ଚଳ ର ଇଦୁଡ଼ି ନିକଟ ରେ ବାଇକ ଫୁର୍ଘଟଣା ରେ ଆହତ ହୋଇ ପଡ଼ିଥିବା ଜଗଦୀଶ ଲେଙ୍କା ଙ୍କୁ ହସ୍ପିଟାଲ ରେ ଭର୍ତି କରି ଚିକିତ୍ସା ପ୍ରଦାନ ହେଉ କିମ୍ବା କିତିଙ୍ଗି ଦୁର୍ଘଟଣା ରେ ଆହତ ବ୍ୟକ୍ତି ଙ୍କୁ ଚିକିତ୍ସା କରାଇବା ଦାଇତ୍ୱ ଅଗ୍ନିଶମ ବିଭାଗ କରିଥିବାରୁ ସେମାନଙ୍କୁ ସାଧାରଣ ଜନତା ଭୁୟସୀ ପ୍ରଶଂସା କରିଛନ୍ତି । ଗୁଣୁପୁର ରୋଡ଼ ଅଲ ଓଡିଶା ରୋଡ଼ ରେ ମାସକୁ ୪/୫ ଦୁର୍ଘଟଣା ଘଟୁଛି, ଅଗ୍ନିଶମ ବିଭାଗ କାଶୀନଗର ଖବର ପାଇବା କ୍ଷଣି ଦେବ ଦୂତ ଭାବେ ସେଠାରେ ପହଂଚି ଅନେକ ମୂଲ୍ୟବାନ ଜୀବନ କୁ ରକ୍ଷା କରି ସମସ୍ତ ଙ୍କ ପ୍ରିୟ ଭଜନ ହୋଇପାରିଛନ୍ତି ।

Leave a Reply