ଅଗ୍ନିକାଣ୍ଡ ଘଟି ଜଳିଗଲା ୪ବଖରା ଘର

0
139
ଅଗ୍ନିକାଣ୍ଡ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୧୭/୦୪) : ବନ୍ତ ତହସିଲ ସେଣ୍ଡତୀରା ପଞ୍ଚାୟତ ଫୁଲଗାଡିଆ ଗାଁ’ରେ ଅଗ୍ନିକାଣ୍ଡ ଘଟି ୪ପରିବାରର ୪ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ପାଉଁଶ ହୋଇଛି ।

ପ୍ରଥମେ ଭରତ ପାତ୍ରଙ୍କ ଘରେ ନିଆଁ ଲାଗି ପରବର୍ତ୍ତୀ ସମୟରେ ସୁଦାମ ପାତ୍ର, ସୁରେନ୍ଦ୍ର ପାତ୍ର, ଅଜିତ୍ ପାତ୍ରଙ୍କ ଘରେ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡ ରେ ସମସ୍ତ ଆସବାବ ପତ୍ର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ ହୋଇଯାଇଥିଲା । ଖବରପାଇ ଭଣ୍ଡାରିପୋଖରୀ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

Leave a Reply