ସାଢ଼େ ୧୧ରେ ୪୦ ଛୁଇଁଲା; ଆହୁରି ବଢ଼ିବ ପାରଦ

0
27
ସାଢ଼େ ୧୧

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୮/୦୪) : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ସକାଳ ୮ଟା ପରେ ଘରକୁ ବାହାରିବା କଷ୍ଟ ହୋଇପଡ଼ୁଛି ।

ସାଢ଼େ ୧୧ରେ ୪୦ ଛୁଇଁଲା, ଆହୁରି ବଢ଼ିବ ପାରଦ । ଆଜି ସକାଳ ୮ଟା ୩୦ ସୁଦ୍ଧା ୩୪ ଡିଗ୍ରୀ ପାରଦ ଟପି ଥିବା ବେଳେ ସାଢେ ୧୧ଟା ସୁଦ୍ଧା ପାରଦ ୪୦ ଡିଗ୍ରୀ ଛୁଇଁଛି । ବାଲେଶ୍ୱର ସବୁଠାରୁ ଉତ୍ତପ୍ତ ସହ ପାଲଟିଛି। ବାଲେଶ୍ୱରରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱର ୩୯.୯ ଡିଗ୍ରୀ, ଚାନ୍ଦବାଲି ୩୯.୪ ଡିଗ୍ରୀ, ଝାରସୁଗୁଡ଼ା ୩୮. ୮ ଡିଗ୍ରୀ, ସମ୍ବଲପୁର ୩୮.୩ ଡିଗ୍ରୀ, ହୀରାକୁଦ ୩୮.୨ ଡିଗ୍ରୀ, କେନ୍ଦୁଝର ୩୭.୪ ଡିଗ୍ରୀ, ରାଉରକେଲା ୩୭ ଡିଗ୍ରୀ, ପାରାଦୀପ ୩୪.୭ ଡିଗ୍ରୀ, ଗୋପାଳପୁର ୩୩. ୮ ଡିଗ୍ରୀ ଓ ପୁରୀରେ ୩୪ .୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଅନ୍ୟପକ୍ଷରେ ଆଗାମୀ ୨ ଦିନ ମଧ୍ୟରେ ରାଜ୍ୟରେ କିଛି ସ୍ଥାନରେ ଦିନ ତାପମାତ୍ରା ଆହୁରି ୨ ରୁ ୩ ଡ଼ିଗ୍ରୀ ବୃଦ୍ଧି ହେବାର ସମ୍ଭାବନା ଥିବା ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ୧୮ ରୁ ୨୦ ତାରିଖ ମଧ୍ୟରେ ସକ୍ରିୟ ଗ୍ରୀଷ୍ମ ଲହରୀର ଶିଖର ଛୁଇଁବା ସହ କିଛି ଅଂଚଳରେ ୪୫ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply