ଟିଟିଲାଗଡ଼ ରେଳ ଷ୍ଟେସନରୁ ମାଆ ଓ ତିନି ବର୍ଷର ପୁଅ ନିଖୋଜ ଘଟଣାରେ ଭଦ୍ରକ ଚରମ୍ପା ଅଞ୍ଚଳରୁ ଉଦ୍ଧାର

0
17
ଟିଟିଲାଗଡ଼

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଟିଟିଲାଗଡ଼, (୧୮/୦୪) : ରାଉରକେଲା ରେଳବାଇ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶକ୍ରମେ ଟିଟିଲାଗଡ଼ ସରକାରୀ ରେଳବାଇ ପୋଲିସ ଥାନାରେ ଏକ ନିଖୋଜ ମାମଲାର ଏକ ମକଦ୍ଦମା ରୁଜୁ ହୋଇ ଥିଲା ।WhatsApp Image 2024 04 18 at 13.03.15 ଟିଟିଲାଗଡ଼ ରେଳ ଷ୍ଟେସନରୁ ମାଆ ଓ ତିନି ବର୍ଷର ପୁଅ ନିଖୋଜ ଘଟଣାରେ ଭଦ୍ରକ ଚରମ୍ପା ଅଞ୍ଚଳରୁ ଉଦ୍ଧାର

ଘଟଣାରୁ ପ୍ରକାଶ ଯେ ଟିଟିଲାଗଡ଼ ରେଳବାଇ ଥାନା ଅଧିକାରୀ ବିନୟ କୁମାର ଭୋଇ ପ୍ରକାଶ କରିଛନ୍ତି ଯେ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଥାନା ଅନ୍ତର୍ଗତ ଚୋରମରା ଗ୍ରାମର ମଙ୍ଗଳୁ ରଣାଙ୍କ ସ୍ତ୍ରୀ ପୂର୍ଣ୍ଣମୀ ରଣା (୨୩) ଏବଂ ତାଙ୍କରି ତିନି ବର୍ଷର ପୁଅ ସହିତ (ମାଆ ଓ ପୁଅ) ଗତ ଆଠ ତାରିଖ ଅପରାହ୍ନ ଚାରିଟା ସମୟରେ ଟିଟିଲାଗଡ଼ ରେଳ ଷ୍ଟେସନରୁ ନିଖୋଜ ହୋଇଯାଇଥିବା ସମ୍ପର୍କରେ ଗତ ୯/୪/୨୦୨୪ ରାତ୍ର ୧୦.୩୦ ସମୟରେ GRP ଥାନାରେ ଏକ ନିଖୋଜ ମାମଲା ରୁଜ୍ଜୁ କରାଯାଇଥିଲା ।

ଏହାର କେସ ନମ୍ବର ୨୦/୯.୪.୨୦୨୪ U/S ୩୬୩ IPC ମକଦ୍ଦମା ରୁଜ୍ଜୁ କଲା ପରେ ଥାନାର ASI ଉମାକାନ୍ତ ଯୋଶୀ ଏବଂ ASI ରମେଶ ଚନ୍ଦ୍ର ଖଟେଇ ଭଦ୍ରକ ଜିଲ୍ଲାର ଚରମ୍ପା ଅଞ୍ଚଳରୁ ଉଦ୍ଧାର କରି ଆଣି ତାହା ସହିତ ଥିବା ଯୁବକ ଯାଜପୁର ଜିଲ୍ଲାର ମଙ୍ଗଳପୁର ଥାନା ଅଞ୍ଚଳର କସବା ଗ୍ରାମର ପ୍ରଦୀପ ଦାସ ନାମକ ଯୁବକକୁ ଟିଟିଲାଗଡ଼ ସରକାରୀ ରେଳବାଇ ପୋଲିସ ଅଟକ ରଖିଛି, ମୋବାଇଲ ଫୋନ ର ଇନଷ୍ଟାଗ୍ରାମ ଜରିଆରେ ପ୍ରେମ ସମ୍ପର୍କ ଯୋଗୁଁ ତାହା ସହିତ ପଳାୟନ କରିଥିବା ଜଣାପଡିଛି ।

Leave a Reply