ବିଭିନ୍ନ ଚୋରୀ ମାମଲାରେ ୪ ଜଣ କୁଖ୍ୟାତ ଚୋର ଗିରଫ – କରାଗଲା କୋର୍ଟ ଚାଲାଣ

0
66
ବିଭିନ୍ନ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଟିଟିଲାଗଡ, (୧୯/୦୪) : ଟିଟିଲାଗଡ ସହରର ନେହେରୁ ନଗର, ହାଟପଦା ପଡ଼ା , ଅଗ୍ନିଶମ ବିଭାଗ ନିକଟ କାଳୀ ମନ୍ଦିର ତଥା ଆଖପାଖ ଅଞ୍ଚଳରେ ଚୋରି ଅଭିଯୋଗରେ ଟିଟିଲାଗଡ ପୋଲିସ ଚାରି ଜଣ କୁଖ୍ୟାତ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଟିଟିଲାଗଡ ପୋଲିସ

ଏହି ଚାରି ଜଣଙ୍କ ମଧ୍ୟରୁ ଜଣେ ଯୁଭିନାଲ ଭିତରେ ଆସୁଛି । ପୁର୍ବରୁ ଛ ଗୋଟି କେସରେ ମଧ୍ୟ ସଂଶ୍ଳିଷ୍ଟ ଥିବାର ଥାନଧିକାରି ଶ୍ରୀ ଅବନୀ ସାହୁ ସୁଚନା ଦେଇଛନ୍ତି । ସହରର ବିଭିନ୍ନ ସ୍ଥାନରେ ଘରେ ପଶି ଚୋରୀ କରିବା ପୋଲିସ୍ ପାଇଁ ଚ୍ୟାଲେଞ୍ଜ ହୋଇଥିଲା । ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଥିବା କାଳୀ ମନ୍ଦିରରୁ ବାରମ୍ବାର ଚୋରି କରିବାରେ ମଧ୍ୟ ଏମାନେ ସଂଶ୍ଳିଷ୍ଟ ଥିବାର ଜଣା ପଡିଛି । ଟିଟିଲାଗଡ ଥାନାଧିକାରୀ ଶ୍ରୀ ଅବନୀ ସାହୁ ବାରମ୍ବାର ଚୋରି କରୁଥିବା ଏହି ଚୋରଙ୍କୁ ଶେଷରେ କାବୁ କରିବାରେ ସଫଳ ହୋଇଛନ୍ତି ।

ଚୋରି କରିବା ପାଇଁ ବ୍ୟବହୃତ ହତିଆର, ପାଣି ମୋଟର, ଟଙ୍କା, ସୁନାର ମଙ୍ଗଳସୂତ୍ର, ଚେନ, ରୂପା କଏନ, ପୁଜା ସାମଗ୍ରୀ ଜବତ ହୋଇଛି । ଚୋରି ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଗୋରୁ ବଜାର ପଡ଼ାର ଗୋବିନ୍ଦ ଦୀଵାର, ସିର ଭଟା ପଡ଼ାର ଅଜୟ ଦେଵାର, ବାଗ ବହରା ଅଞ୍ଚଳର ସିରଭଟାରେ ରହୁଥିବା ମହେଶ ଦେବାର ଓ କଟକିଆ ପଡ଼ାର ଆଶିଷ ବର୍ମାଙ୍କୁ ଗିରଫ ହୋଇଛନ୍ତି।

Leave a Reply