କାଳ ବୈଶାଖୀ ର ତାଣ୍ଡବ ରେ ଛାର ଖାର ପୁରୁଷୋତ୍ତମପୁର ସହର

0
18
କାଳ ବୈଶାଖୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୨୫/୦୪) : ପୁରୁଷୋତ୍ତମପୁର ସହରରେ ବୁଧବାର ଦିନ ୩ ଘଣ୍ଟା ସମୟରେ ହଠାତ କାଳ ବୈଶାଖୀ ଆସି ପୁରୁଷୋତ୍ତମପୁର ସହର କୁ ଖିନ ଭିନ କରି ଦେଇଛି ।WhatsApp Image 2024 04 24 at 18.55.47 କାଳ ବୈଶାଖୀ ର ତାଣ୍ଡବ ରେ ଛାର ଖାର ପୁରୁଷୋତ୍ତମପୁର ସହର

ପୁରୁଷୋତ୍ତମପୁର ସହରରେ ଥିବା କିଛି ସାହିର ଘରର ଚାଳ ଛପର, ଟିଣ ଓ ଦୋକାନ ଘର ର ଟିଣ, ପାଲ କୁ ଉଡେଇ ଦେଇଛି । କଲେଜ ଛକ ଠାରୁ ଆରମ୍ଭ କରି ଭୁତ ସରସିଙ୍ଗି ରାସ୍ତା ଓ ଏପଟେ କନକା ରାସ୍ତା ସହିତ ବଜାର, ନନ୍ଦିକସାହି ସହିତ ଅଧିକାଂଶ ସାହି, କାଳୀ ମନ୍ଦିର ଛକ ଠାରେ ଲାଗି ଥିବା ଜାତୀୟ ପତାକା ପୋଲ,କାଳୀ ମନ୍ଦିର ଛକଠାରୁ ସରସିଙ୍ଗି ଯିବା ରାସ୍ତା ର ଅଧିକାଂଶ ବିଦ୍ୟୁତ ପୋଲ ଉପାଡି ପଡିଛି, ସୁନାରି ତୋଟା ସାହି ଛକ ରେ ଏକ ନଡ଼ିଆ ଗଛ ପଡି ଥିବାରୁ ଯାତାୟାତ ରେ ଅସୁବିଧା ହୋଇଛି, ଏପଟେ ପୁରୁଣା ଏନଏସିର ଭିତରେ ଥିବା ବଡ଼ ଗଛ ପଡି ଯାଇଛି ।

କନକା ପଟେ ନିର୍ମିତ ନୂତନ ପାର୍କ ଠାରୁ ଆରମ୍ଭ କରି ପୁରା ସହର ରେ କାଳ ବୈଶାଖୀ ର ତାଣ୍ଡବ ବହି ଚାଲି ଥିଲା  । ନିମିଷକ ମଧ୍ୟରେ ସବୁ ଯେପରି ନଷ୍ଟ, ଭ୍ରଷ୍ଟ ହୋଇ ଯାଇଛି । ବିଶେଷ କରି ବିଦ୍ୟୁତ ପୋଲ ଗୁଡ଼ିକ କେତେ ଉପୁଡି ଯାଇଛି ତ ଆଉ କେତେ ନଇଁ ଯାଇଛି । ତେବେ ବିଦ୍ୟୁତ ବିଭାଗ ତାଙ୍କରି ଚେଷ୍ଟା ଜାରି ରଖି ଛନ୍ତି ଛନ୍ତି  । ବିଦ୍ୟୁତ ଲାଇଟ କେବେ ଆସିବ ଜଣା ନାହିଁ । ପ୍ରଚଣ୍ଡ ରୌଦ୍ର ତାପକୁ ଏପଟେ ଅଳ୍ପ ବର୍ଷା ଦ୍ୱାରା ମଶା ମାନଙ୍କ ଦୌରାତ୍ମା ରାତ୍ରରେ ବଢ଼ିଚାଲିବ । ଅନ୍ୟାନ୍ୟ କ୍ଷୟ କ୍ଷତି ବହୁତ ହୋଇଛି  । ଗରିବ ଲୋକେ ଏବଂ ଫୁଟ ପା୍ଥ ବ୍ୟବସାୟୀ ମାନଙ୍କ ବହୁତ ଅସୁବିଧା ହୋଇଛି । ପୁଣି ତାଙ୍କୁ ମୁଣ୍ଡ ସଳଖି ବାକୁ ସମୟ ଓ ବହୁ ଅର୍ଥ ବ୍ୟୟ ହେବ । ସରକାର ଙ୍କ ଠାରୁ ଲୋକଙ୍କୁ କଣ ସାହାଯ୍ୟ ମିଳିବ ତାହା କୁ ଦେଖିବା କଥା ।

Leave a Reply