ସାନି ପ୍ରୋକଲିନ ମୁଖ୍ୟ କାର୍ଯ୍ୟାଳୟ ଉଦଘାଟିତ

0
97
ସାନି

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୪/୪) : ରଘୁନାଥ ମେସିନାରୀ ପ୍ରା ଲିମିଟେଡ଼ ତରଫରୁ ରାୟଗଡା ସ୍ଥିତ ଡିସିବି ବ୍ୟାଙ୍କ ପାଖ ମୁଖ୍ୟ ରାସ୍ତା କଡରେ ସାନି ପ୍ରୋକଲିନ ମୁଖ୍ୟ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସାନି କମ୍ପାନୀରେ ପରିଚାଳନା ନିର୍ଦ୍ଦେଶକ ଦୀପକ ଗର୍ଗ ଯୋଗଦେଇ ମୁଖ୍ୟ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି । ଏହି ମୁଖ୍ୟ କାର୍ଯ୍ୟାଳୟରେ ସାନି ପ୍ରୋକଲିନର ବିକ୍ରି ଓ ମରାମତି ସହ ଯନ୍ତ୍ରଂଶ ଉପଲବ୍ଧ ରହିବ । ରାୟଗଡା ମୁଖ୍ୟ କାର୍ଯ୍ୟାଳୟ ପ୍ରତିଷ୍ଠା ହୋଇଥିବା ବେଳେ ଏହାର ଶାଖା ବ୍ରହ୍ମପୁର, ସମ୍ବଲପୁର, ଭବାନୀପାଟଣା ଓ ଜୟପୁର ଠାରେ ଉପଲବ୍ଧ ହେବ ।

ଏହି ଉଦଘାଟନ ଉତ୍ସବରେ କମ୍ପାନୀ ଆଞ୍ଚଳିକ ମ୍ୟାନେଜର ବିଶ୍ୱଜିତ ସିଂ, ଆଞ୍ଚଳିକ ସର୍ଭିସ ମ୍ୟାନେଜର ରାଜେଶ ଶର୍ମା, ମାର୍କେଟିଙ୍ଗ ମ୍ୟାନେଜର ଗୌରବ ପାଉଲ, ଏଏସଏମ ଦୁର୍ଯ୍ୟଧାନ ରାଉତରାୟ, ଅଭିଜିତ ଡିଣ୍ଡୋ, ସ୍ମୁତିରଞ୍ଜନ ସାହୁ, ସୁକାନ୍ତ ବରାଡ଼, ଦେବାଶିଷ ରାଉତରାୟ, ରାୟଗଡା କାର୍ଯ୍ୟାଳୟ ପରିଚାଳନା ନିଁର୍ଧେଶକ ରଘୁନାଥ ସମନ୍ତରା, ନିର୍ଦ୍ଦେଶକ କୁମୁଦୁନୀ ସାମନ୍ତରା, ମିଟୁ ଗୌଡ଼ ପ୍ରମୁଖ ଉପସ୍ଥିତି ଥିଲେ ।

Leave a Reply