ରାଜଧାନୀରେ ପ୍ରବଳ ବର୍ଷା

0
15
ରାଜଧାନୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୫/୦୪) : ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି। ଭୁବନେଶ୍ୱରରରେ ବଦଳିଲା ପାଗ । ଯେଉଁଭଳି ଭାବରେ ତାତି ବଢ଼ିଚାଲିଥିଲା ସେଥିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ରାଜଧାନୀବାସୀଙ୍କୁ ।

ରାଜଧାନୀରେ ଘୂର୍ଣ୍ଣିଝଡ ସହ ବହୁଛି ପବନ । କାଳବୈଶାଖୀ ପ୍ରଭାବରେ ବର୍ଷା ଆରମ୍ଭ ହୋଇଛି । କିଛି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ଜାରି ରହିଛି । ତାତି କାରଣରୁ ସକାଳ ସାଢ଼େ ଆଠଟାରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଥିବାବେଳେ ଆଜି ସନ୍ଧ୍ୟାରେ ଲୋକଙ୍କୁ ଆଶ୍ୱସ୍ତି ମିଳିବ । କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେଉଥିବା ନଜିର ରହିଛି । ବର୍ଷା କାରଣରୁ ଲୋକେ ଶାନ୍ତି ଶୋଇପାରିବେ । ସୂଚନାନୁସାରେ, ବର୍ଷା ପରେ ତାତି ପୁଣି ବଢ଼ିପାରେ । ଆହୁରି ଗୋଟେ ସପ୍ତାହ ତାତି ଜାଳିବ ବୋଲି କୁହାଯାଉଛି ।

Leave a Reply