ବୋହୂର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

0
16
ବୋହୂର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୟାଗଡ, (୨୫/୦୪) : ଶାଶୂଘରୁ ବୋହୂର ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର। ହତ୍ୟା ଅଭିଯୋଗ ଆଣିଲେ ଝିଅର ପରିବାର ଲୋକେ ।

ନୟାଗଡ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ପାଇକ ସାହିର ପ୍ରଶାନ୍ତ ସ୍ୱାଇଁ ବାଉଁଶଗଡ଼ ଗ୍ରାମର ମଧୁ ପରିଡାଙ୍କ ଝିଅ ଶ୍ରଦ୍ଧାଙ୍କୁ ଛଅ ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ସ୍ୱାମୀ ପ୍ରଶାନ୍ତଙ୍କର ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ଅନେକ ସମୟରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗୁଥିଲା । ତେବେ ହଠାତ୍‌ ଶ୍ରଦ୍ଧାଙ୍କର ମୃତଦେହ ଘରୁ ଉଦ୍ଧାର ହୋଇଛି । ଏହା ଦେଖି ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ । ରଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ମୃତଦେହକୁ ଉଦ୍ଧାର କରିବା ସହ ସ୍ୱାମୀ ପ୍ରଶାନ୍ତ ସ୍ୱାଇଁଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି । ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡିନାହିଁ ।

Leave a Reply