ନିଜକୁ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ୱାମୀ ଗୁରୁତର

0
15
ନିଜକୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୨୫/୦୪) : ପାରିବାରିକ କଳହରୁ ଘଟିଲା ସାଂଘାତିକ କାଣ୍ଡ । ନିଆଁରେ ପୋଡ଼ିହୋଇ ଗୁରୁତର ହେଲେ ଦମ୍ପତି ।

ନିଜକୁ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ୱାମୀ ଗୁରୁତର । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା କାଠକଟା ଗାଁ’ରେ ଗତ ରାତିରେ ଘଟିଛି ଏପରି ଅଭାବନୀୟ ଘଟଣା । ଗୁରୁତରଦ୍ୱୟ ହେଲେ କଠକଟାର ସଞ୍ଜୟ ହୋ ଓ ତାଙ୍କ ପତ୍ନୀ ସସ୍ମିତା ହୋ । ଗତ କିଛି ଦିନ ହେବ ସଞ୍ଜୟ ଓ ସସ୍ମିତାଙ୍କ ମଧ୍ୟରେ ମନୋମାଳିନ୍ୟ ଥିବା କୁହାଯାଉଛି । ଉଭୟଙ୍କ ମଧ୍ୟରେ ଗତ ରାତିରେ କୌଣସି କାରଣରୁ ଝଗଡ଼ା ହୋଇଥିଲା । ଏହାପରେ ଉତ୍ତ୍ୟକ୍ତ ହୋଇ ସସ୍ମିତା ପ୍ରଥମେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ପତ୍ନୀଙ୍କ ରକ୍ଷା କରିବାକୁ ଯାଇ ସଞ୍ଜୟ ବି ପୋଡ଼ି ଯାଇଥିଲେ ।

ମାତ୍ର ବିଳମ୍ବିତ ରାତିରେ ଘରୁ ଚିତ୍କାର ଶୁଭିବାରୁ ପଡ଼ୋଶୀ ସେଠାରେ ପହଞ୍ଚିଥିଲେ । ଉଭୟ ଜଳୁଥିବା ଦେଖି ସେମାନେ ନିଆଁକୁ ଆୟତ୍ତ କରିଥିଲେ । ଏହାପରେ ତତ୍‌କ୍ଷଣାତ ଗୁରୁତର ଅବସ୍ଥାରେ ଉଭୟଙ୍କୁ ପ୍ରଥମେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

Leave a Reply