ଜେଏସ୍‌ଏମ୍‌ ବାଣିଜ୍ୟ କଲେଜ ରେ ଗାନ୍ଧିଜୀ ଓ ଲାଲ ବାହାଦୂର ଶାସ୍ତ୍ରୀ ଙ୍କ ଜନ୍ମ ଦିବସ ପାଳିତ

0
157

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୦୨/୦୧) : ବଲାଙ୍ଗୀର ସହର ମଧ୍ୟରେ ଥିବା ଜେଏସ୍‌ଏମ୍‌ ବାଣିଜ୍ୟ କଲେଜ ରେ ଗାନ୍ଧୀ ଜୟନ୍ତୀ ଓ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳନ ହୋଇଯାଇଛି ।

ଏହି ଅବସରରେ ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀ ଙ୍କ ଫଟୋଚିତ୍ର ରେ ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆ, ଜେଏସ୍‌ଏମ୍‌ ବାଣିଜ୍ୟ କଲେଜ ର ଅଧ୍ୟକ୍ଷ ସି.ଏ. ଶ୍ରୀକାନ୍ତ ଶର୍ମା, ମନରଞ୍ଜ ସାହୁ, ମେଣ୍ଟର ପୀତବାସ ପଣ୍ଡା ଓ କଲେଜର ମିହିର୍ ପଟ୍ଟନାୟକ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ତା’ ସହ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆ ତାଙ୍କ ଭାଷଣ ରେ ଦିଗଦର୍ଶନ ଦେଇଥିଲେ । ତା ପରେ କଲେଜ ପରିସର ଭିତରେ ଗାନ୍ଧୀ ଜୟନ୍ତୀ ଓ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳନ ଉପଲକ୍ଷେ ଏକ କୁ‍ଇଜ୍ ପ୍ରତିଯୋଗିତା ର ଆୟୋଜନ କରାଯାଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରା ଯାଇଥିଲା ।