ତାଲୁକ୍ ଆଇନ୍ ସେବା କମିଟି ତରଫରୁ ଗାନ୍ଧୀ ଜୟନ୍ତୀ ଏବଂ ସ୍ବାଧିନତାର ୭୫ତମ ଅମୃତ ମହୋତ୍ସବ ପାଳିତ

0
166

ରିପୋର୍ଟ : ଉମାକାନ୍ତ ସାବତ
ବିଷମକଟକ,(୦୨/୧୦) : ଆଜି ତା ୦୨.୧୦.୨୦୨୧ ରିଖ ଦିନ ପବିତ୍ର ଗାନ୍ଧୀ ଜୟନ୍ତୀ ଏବଂ ସ୍ବାଧିନତାର ୭୫ତମ ଅମୃତ ମହୋତ୍ସବ ପାଳନ ଅବସରରେ ତାଲୁକ୍ ଆଇନ୍ ସେବା କମିଟି ବିଷମକଟକ ତରଫରୁ ସ୍ଥାନୀୟ କୋର୍ଟ୍ ପରିସରରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଥିଲା |

ତାଲୁକ୍ ଆଇନ୍ ସେବା କମିଟି ତରଫରୁ ବିଷମକଟକ ଟାଉନ୍ ସାରା ପ୍ରଭାତ ଫେରୀ କରାଯାଇ ରାଷ୍ଟ୍ରୀୟ ଆଇନ୍ ସେବା ପ୍ରାଧିକରଣ,ନ୍ୟୁ ଦିଲ୍ଲୀ ଦ୍ବାରା ଆୟୋଜନ କରାଯାଇଥିବା ସାରା ଭାରତରେ ସମସ୍ତଙ୍କୁ ମାଗଣା ଆଇନ୍ ସେବା ବିଷୟରେ ସଚେତନ କରିବାର ଅଭିଯାନର ଆଜି ଶୁଭାରମ୍ଭ ହୋଇଥିଲା ।

ଏହି ଅଭିଯାନରେ ସ୍ଥାନୀୟ କୋର୍ଟ୍ ର ବରିଷ୍ଠ ଦେବାନୀ ବିଚାରପତି ତଥା ସହକାରୀ ଦୌରା ଜଜ୍ ଶ୍ରୀମତୀ ସୁଷମା ସ୍ବାଇଁ, ପ୍ରଥମ ଶ୍ରେଣୀ ଦଣ୍ଡ ବିଭାଗୀୟ ଅଧିକାରୀ ଶ୍ରୀ କୁମାର ସ୍ପନ୍ଦନ, ବାର୍ ଆସୋସିଏସନ୍ ର କର୍ମକର୍ତ୍ତା ମାନେ,କୋର୍ଟ କର୍ମଚାରୀମାନେ, ଆଇନ୍ ସେବା କମିଟିର କର୍ମଚାରୀ, ପାନେଲ୍ ଲଏର୍ସ, ପାରାଲିଗାଲ୍ ସ୍ବେଚ୍ଛାସେବୀ ମାନେ ତଥା ସ୍ଥାନୀୟ ନବୀନ ବିକାଶ ଚାରିଟେବୁଲ ଟ୍ରଷ୍ଟ ର ଅଧ୍ୟକ୍ଷ ବାଳ ମୁକୁନ୍ଦ ପାଳ ଯୋଗଦାନ କରିଥିଲେ । ଏହି ଅବସରରେ ଜନସାଧାରଣଙ୍କୁ ମାଗଣା ଆଇନ୍ ସେବା ବିଷୟରେ ସଚେତନ କରାଯାଇଥିଲା ।