ପ୍ରିୟଙ୍କା ଗାନ୍ଧୀ ଙ୍କ ଗିରଫ କୁ ପ୍ରତିବାଦ କରି ଜିଲ୍ଲା କଂଗ୍ରେସ ତରଫରୁ କୁଶ ପୁତ୍ତଳିକା ଦାହ

0
174

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୦୫/୧୦) : ଉତ୍ତରପ୍ରଦେଶ ର ଆନ୍ଦୋଳନରତ କୃଷକ ମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ଏବଂ ଏହାକୁ ବିରୋଧ କରୁଥିବା ଜାତୀୟ କଂଗ୍ରେସ ମହାସଚିବ ଶ୍ରୀମତୀ ପ୍ରିୟଙ୍କା ଗାନ୍ଧୀ ଙ୍କ ଗିରଫ ପ୍ରତିବାଦ ରେ ଢେଙ୍କାନାଳ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରି ନରେନ୍ଦ୍ର ମୋଦୀ ଓ ଯୋଗୀ ଆଦିତ୍ୟ ନାଥ ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା |ପ୍ରିୟଙ୍କା ଗାନ୍ଧୀ ଙ୍କ

ଆଜି ଢେଙ୍କାନାଳ ସହରର ଗଣେଶ ବଜାର ସ୍ଥିତ ଗୋପବନ୍ଧୁ ଟାଉନହଲ ଠାରେ ପ୍ରିୟଙ୍କା ଗାନ୍ଧୀ ଙ୍କ ଗିରଫ କୁ ପ୍ରତିବାଦ କରି ଜିଲ୍ଲା ଛାତ୍ର କଂଗ୍ରେସ ର ସଦସ୍ୟ ମାନେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ଏହାର ଟାଉନହଲ ଠାରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଆରମ୍ଭ କରି ଲଷ୍ମୀବାଜର ସ୍ଥିତ I.G. SUPER MARKET ପର୍ଯ୍ୟନ୍ତ ଯାଇଥିଲେ ।

ଆଜିର ଏହି କ୍ୟାଣ୍ଡେଲ ଶୋଭାଯାତ୍ରାରେ ଜିଲ୍ଲା କଂଗ୍ରେସ ସଭାପତି ସରୋଜ ପଟ୍ଟନାୟକ, ପ୍ରେମ ଶଙ୍କର ମିଶ୍ର, ନିର୍ମଳ ମିଶ୍ର, ହାଇଦର ମହମଦ, ଗୋପାଳ ଚନ୍ଦ୍ର ସାହୁ, ଅମର ସେନାପତି, ଛାତ୍ର କଂଗ୍ରେସ ର ଜିଲ୍ଲା ସଭାପତି ଶୁଭମ ଦାସ, ଦୁର୍ଗା ଦତ୍ତ ମିଶ୍ର, ସିଦ୍ଧାନ୍ତ ମିଶ୍ର, ଦୋନେଶ ମହାପାତ୍ର, ରୋଷନ ମହାପାତ୍ର ଜିଲ୍ଲା କିଷାନ କଂଗ୍ରେସ ସଭାପତି ବିପ୍ରବର ସାହୁ ଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇଥିଲେ ।