ବିଧବା ମହିଳା ଙ୍କ ସାପ କାମୁଡ଼ାରେ ମୃତ୍ୟୁ

0
315

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର,(୧୦/୯) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ ପଞ୍ଚାୟତ ସଦରର ବିଧବା ମହିଳା ତୁଲୁସା ପ୍ରଧାନୀ (୭୨)ଙ୍କ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଖବର ନେବାରୁ ଜଣା ପଡ଼ିଲାଯେ ଗତକାଲି ରାତ୍ରରେ ବିଧବା ମହିଳା ତୁଲୁସା ଖାଇ ସାରିବା ପରେ ବାହାରେ ବୁଲାବୁଲି କରୁଥିବା ବେଳେ ଏକ ବିଷଧର ସାପ କାମୁଡି ଦେଇଥିଲା । ଏହାକୁ ପରିବାର ଲୋକେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ଚିକିତ୍ସା କରିବା କିଛି ସମୟ ପରେ ପ୍ରଧାନୀ ଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ଖବର ଶୁଣି ପ୍ରଧାନୀ ପୁତ୍ର ସଞ୍ଜୟ କୁମାର ପ୍ରଧାନୀ ସ୍ଥାନୀୟ ଥାନା ରେ ଏତଲା ଦେଇଥିଲେ ।

ଏହି ଲିଖିତ ଅଭିଯୋଗ କୁ ନେଇ ପୁଲିସ ଏସ ଆଇ ବିମଲ କଅଁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ପହଁଞ୍ଚି ମୃତ୍ୟୁ ର କାରଣ ତଦନ୍ତ କରି ବା ପରେ ଶବ ଜବତ କରି ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଥିଲେ । ଏହାକୁ ନେଇ ଅପମୃତ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି ।