ଥାନା ଅଧିକାରୀ ଦୁର୍ବ୍ୟବହାର ପ୍ରଦର୍ଶନ ଅଭିଯୋଗ ରେ ସହର ବନ୍ଦ ସହ ବଣିକ ସଙ୍ଘର ବିକ୍ଷୋଭ ପ୍ରଦର୍ଶନ

0
215

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର,ତା(୧୦/୧୦) : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ସଇଁତଲା ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟନାଏକ ଗତ କାଲି ଶନିବାର ଅପରାହ୍ନ ସମୟରେ ବଜାର ରେ ଥିବା ଦୁର୍ଗାମଣ୍ଡପକୁ ତହସିଲଦାରଙ୍କ ସହ ଯାଇ ସେଠି ଥିବା କିଛି ଦୁର୍ଗାପୂଜା କମିଟିର ସଭ୍ୟ ତଥା ମହିଳା ଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଅଭିଯୋଗରେ ସ୍ଥାନୀୟ ବଣିକ ସଙ୍ଘ ତରଫରୁ ଥାନା ଆଗରେ ଧାରଣା ଦେବା ସହ ସହର ବନ୍ଦ ପାଳନ କରାଯାଇଛି ।64069ec5 df41 477b 95ee 8909084a2b13 ଥାନା ଅଧିକାରୀ ଦୁର୍ବ୍ୟବହାର ପ୍ରଦର୍ଶନ ଅଭିଯୋଗ ରେ ସହର ବନ୍ଦ ସହ ବଣିକ ସଙ୍ଘର ବିକ୍ଷୋଭ ପ୍ରଦର୍ଶନ

ସୂଚନା ଅନୁଯାୟୀ କୋଭିଡ କୁ ନେଇ ନିୟମାନୁସାରେ ତହସିଲଦାର ଙ୍କ ସହ ଉକ୍ତ ଦୁର୍ଗା ମଣ୍ଡପ କୁ ଯାଇଥିଲେ । ହେଲେ ସେଠି ସାମାନ୍ୟ କିଛି କଥା କୁ ନେଇ ଯୁକ୍ତି, ତର୍କ କରାଯାଇଥିବା ବେଳେ କିଛି ମହିଳା ଙ୍କୁ ଦୁର୍ବ୍ୟବହାର ଥାନା ଅଧିକାରୀ ଶ୍ରୀ ସଂଗ୍ରାମ କେଶରୀ ପଟ୍ଟନାଏକ କରିଥିବା ଅଭିଯୋଗ ହୋଇଥିଲା । ଏ ନେଇ ସ୍ଥାନୀୟ ଅଞ୍ଚଳରେ ଉତେଜନା ପ୍ରକାଶ ପାଇଛି ।

ଏ ନେଇ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦାବି କରି ସଇଁତଲା ବଣିକ ସଙ୍ଘ ତରଫରୁ ବନ୍ଦ ଡାକରା ଦିଆଯିବା ସହ ଏକ ରେଲି ରେ ପ୍ରତିବାଦ କରି ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏ ନେଇ ପୋଲିସ ତରଫରୁ ଉକ୍ତ ମଣ୍ଡପରେ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିବା କୁହାଯାଉଥିବା ବେଳେ ଏ ନେଇ ଉପଯୁକ୍ତ ତଦନ୍ତ ସହ କାର୍ଯ୍ୟନୁଷ୍ଠାନ ଗ୍ରହଣ ଦାବି ହୋଇଛି ।