Tuesday, March 19, 2024

Top 5 This Week

Related Posts

ଏକ ଅଲ୍ଟୋ କାର ସହ ଶାଗୁଆନ ପଟା ଜବତ : ଘଟଣା ସ୍ଥଳରୁ ଗାଡି ଛାଡି ଆସାମୀ ଫେରାର

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,(୧୩/୧୦) : ବୌଦ୍ଧ ଜିଲ୍ଲା  ମାଧପୁର ରେଞ୍ଜ ଅନ୍ତଗତ କଖାରୁଫାଲ ପିତାବଳୀ ପୀଠ ନିକଟରୁ ଏକ ଅଲ୍ଟୋ କାର ସହ ବହୁ ମୂଲ୍ୟବାନ ଶାଗୁଆନ ପଟା ଜବତ ହୋଇଥିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସୂଚନା ମତେ ସୋମବାର ବିଳମ୍ବିତ ରାତିରେ ପିତlବଳୀ ପୀଠ ନିକଟରେ ଏକ ଅଲ୍ଟୋ କାର ରେ ପିଆସାଲ ପଟା ୭ ପିସ ଓ ଶାଗୁଆନ ଗଣ୍ଡି ୭ ପିସ ଲୋର୍ଡ ହେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ବନବିଭାଗ ମାଧପୁର ରେଞ୍ଜ ଅଧିକାରୀ ସରୋଜ ମିଶ୍ର ଙ୍କ ନିର୍ଦ୍ଦେଶ କ୍ରମେ ଘଟଣା ସ୍ଥଳରେ ରେ ବନ ବିଭାଗର କର୍ମଚାରୀ ପହଞ୍ଚିଥିଲେ । ଦୂରରୁ ବନ ବିଭାଗ ର ଗାଡିକୁ ଦେଖି ଘଟସ୍ଥଳରୁ ହିଁ ଗାଡି ଛାଡି ଆସାମୀ ମାନେ ଫେରାର ହୋଇଯାଇଥିଲେ ।

ପରେ ବନ ବିଭାଗ ଦ୍ଵାରା ( or 02 n  2409 ) ନାମକ ଉକ୍ତ ଅଲ୍ଟୋ କାରକୁ ଜବତ କରିବା ସହ ଥିବା ମୋଟ ୧୪ ପିସ ପଟା ଓ ଗଣ୍ଡି କୁ ଜବତ କରି ଏକ କେସ ପଞ୍ଜିକୃତ କରି ଘଟଣା ର ତଦନ୍ତ ଚଳାଇଥିବା ନେଇ ବନ ଅଧିକାରୀ ସରୋଜ ମିଶ୍ର ସୂଚନା ଦେଇଛନ୍ତି । ଏହି ଚଢ଼ାଉ ସମୟ ରେ ଫରେଷ୍ଟର ସଞ୍ଜୟ ଦନ୍ତା, ଫରେଷ୍ଟ ଗାର୍ଡ ସୁବାସିନୀ ମହାକୁଳ, ସୁନୀଲ କ୍ଷେତୀ ,ସୁନୀଲ ପ୍ରଧାନ ପ୍ରମୁଖ ଉପସ୍ଥିତି ଥିଲେ ।

Popular Articles