ଗୁମ୍ମା ବ୍ଲକ ରେ ସ୍ମାର୍ଟ କାର୍ଡ ବଣ୍ଟନ : ଦୁଇ ଦିନରେ ମାରାଥନ ୧୦ ଟି ପଞ୍ଚାୟତ ରେ ବଣ୍ଟନ

0
246

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୧୬/୧୦) : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ରେ ଗତ କାଲି ଠାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସ୍ମାର୍ଟ କାର୍ଡ ବଣ୍ଟନ ର ଶୁଭ ଆରମ୍ଭ କରିଛନ୍ତି ।

ଏହି ଅବସରରେ ଗୁମ୍ମା ବ୍ଲକ ରେ ଓଡିଶା ସରକାରଙ୍କ ମାନ୍ୟବର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଓ ମିଶିନ ଶକ୍ତି ର ଉପଦେଷ୍ଟା ସୁଶ୍ରୀ ଲୋପମୁଦ୍ରା ବକ୍ସିପାତ୍ର ଦୁଇ ଦିନରେ ମାରାଥନ ୧୦ ଟି ପଞ୍ଚାୟତ ବୁଲି ଓଡିଶା ସରକାରଙ୍କ ନୂତନ ଯୋଜନା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ର ସ୍ମାର୍ଟ କାର୍ଡ ଗୁମ୍ମା ବ୍ଲକ ରେ ଶୁଭ ଆରମ୍ଭ କରିଥିଲେ |

ପ୍ରଥମ ଦିନରେ ରାଗିଡି, ତରଭା ,ଉଖୁରା ଏବଂ ଆଜି ଦ୍ଵିତୀୟ ଦିନରେ କୁଜାସିଂ ପଞ୍ଚାୟତ ରୁ ଆରମ୍ଭ କରି ମୁନିସିଂ ,ବଡକଳାକୋଟ, ଡୁମ୍ବାଡା, ତୁମୁଲ, ସେରଙ୍ଗ, ଭୁବୁନି, ଅଜୟଗଡ ପଞ୍ଚାୟତ ବୁଲି ସ୍ମାର୍ଟ କାର୍ଡ ର ହିତାଧିକାରୀ ଙ୍କୁ କାର୍ଡ ଟି ବଣ୍ଟନ କରି ଏହାର ସୁବିଧା ସୁଯୋଗ କେମିତି ପାଇବେ ଏବଂ ଓଡିଶା ଓ ବାହାର ରାଜ୍ୟ ରେ ମଧ୍ୟ ଏହାର ଫାଇଦା ପାଇପାରିବେ । କିଏ ମାନେ ପାଇବେ ତାହା ମଧ୍ୟ ପୁରା ପ୍ରାଞ୍ଜଳ ଭାବେ କହିଥିଲେ ।

ଏହି କାର୍ଡ ଟିରେ ପୁରୁଷ ୫ ଲକ୍ଷ ଓ ମହିଳା ମାନେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସେବା ର ସୁବିଧା ସୁଯୋଗ ପାଇବେ ବୋଲି କହିଥିଲେ । ସମସ୍ତ ହିତାଧିକାରୀ କାର୍ଡ ଟି ପାଇ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରି ମନ୍ତ୍ରୀ ମାନଙ୍କୁ ତାଙ୍କ ଆଦିବାସୀ ନୃତ୍ୟ କରି ସ୍ୱାଗତ ସମ୍ବର୍ଦ୍ଧନା କରି ପାଛୋଟି ନେଇଥିବା ଦେଖିବାକୁ ମିଳୁଛି ।

ଉକ୍ତ କାର୍ଯ୍ୟକ୍ରମରେ ସାସଂଦ ଚନ୍ଦ୍ର ଶେଖର ସାହୁ, ବ୍ଲକ ଅଧ୍ୟକ୍ଷ ଗୀତାଞ୍ଜଳୀ ଭୂୟାଁ, ଜିଲ୍ଲା ପରିଷଦ ସଭ୍ୟା ପ୍ରେମିକା ରଇତ, ସ୍ଥାନୀୟ ସରପଞ୍ଚ ସମିତି, ବିଡ଼ିଓ ନଟବର ଗରଡ଼, ଉପଜିଲ୍ଲାପାଳ ଦିଲୀପ ମହାରଣା, ତହସିଲଦାର ଭାସ୍କର ଚନ୍ଦ୍ର ସାହୁ,ସାସଂଦ ପ୍ରତିନିଧି ବିମଳ କୁମାର ଦଳାଇ,ବିଜେଡି ବ୍ଲକ ସଭାପତି ଇନାଶ ଶବର ଉପସ୍ଥିତ ଥିଲେ ।