ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ କଂଗ୍ରେସ ତରଫରୁ ଗଣ ବିକ୍ଷୋଭ, କୁଶପୁତ୍ତଳିକା ଦାହ

0
178

ରିପୋର୍ଟ : ରଂଜିତ ବେହେରା //
ଢେଙ୍କାନାଳ,(୨୧/୧୦) : କଳାହାଣ୍ଡି ସନ୍ ସାଇନ୍ ସ୍କୁଲର ଅଧକ୍ଷା ମମିତା ମେହେର ଜଘନ୍ୟ ହତ୍ୟାକାଣ୍ଡକୁ ବିରୋଧ କରି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆଜି ଢେଙ୍କାନାଳ ସହରର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳା କଂଗ୍ରେସ ସଭାପତି ମମତାଞ୍ଜଳି ବେହେରାଙ୍କ ନେତୃତ୍ବରେ ଏକ ଗଣ ବିକ୍ଷୋପ ପ୍ରଦର୍ଶନ କରାଯାଇଥିଲା ।

ଏଥିରେ ବହୁ ବକ୍ତା ବକ୍ତବ୍ୟ ଦେଇ ପୀଡ଼ିତା ମମୀତଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରାଯିବା ସହିତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଥିଲେ | ବିଜେଡ଼ି ସରକାର ଗାଁକୁ କାମ ଓ ମାକୁ ସମ୍ମାନ ନାରା ଦେଉଥିବା ସ୍ଥଳେ ଦୀର୍ଘ ୨୧ବର୍ଷ ଭିତରେ ବହୁ ନାରୀ ନିର୍ଯାତନା ଓ ନାରୀ ଦୁଷ୍କର୍ମ ବୃଦ୍ଧି ପାଇଛି । ଏଣୁ ଆଗାମୀ ଦିନରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ତାଙ୍କର ମତ ପ୍ରକାଶ କରିଥିଲେ ।

ଏହି ସଭାରେ ଅନେକ କଂଗ୍ରେସ ବରିଷ୍ଠ ନେତା ପ୍ରେମଶଙ୍କର ମିଶ୍ର, ପୂର୍ବତନ ସଭାପତି ସୁରେଶ ପାଣିଗ୍ରାହୀ, ନିର୍ମଳ ମିଶ୍ର, ସୁନିଲ ଦାଶ, ନିଶାକର ସାହୁ ଏଆଇସିସି ସଦସ୍ୟା ସୁହାସିନି ମହାକୁଡ, ଟାଉନ ସଭାପତି ହାଇଦର ମହମ୍ମଦ, ଶିଳ୍ପୀଶ୍ରୀ ହରିଚନ୍ଦନ ସର୍ବ ଶେଷରେ ଛାତ୍ର କଂଗ୍ରେସ ସଭାପତି ଶୁଭମ ଦାଶଙ୍କ ନେତୃତ୍ବରେ ଛାତ୍ର କଂଗ୍ରେସ କର୍ମୀ ଓ ଉପସ୍ଥିତ କଂଗ୍ରେସ କର୍ମୀ ଓ ମହିଳା କଂଗ୍ରେସର କର୍ମୀ ମାନେ ଦିବ୍ୟଶଙ୍କର ମିଶ୍ରଙ୍କ କୁଷ ପୁତ୍ତଳିକା ଦାହ କରିଥିଲେ।