ବାଲିଗୁଡା ନଗର ରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

0
247

ରିପୋର୍ଟ : ବିଭୁତି ଲହରିଆ //
ବାଲିଗୁଡା,(୨୧/୧୦) : ବାଲିଗୁଡା ନଗର ରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି | କଳାହାଣ୍ଡି ଜିଲ୍ଲା ର ସନ ସାଇନ ପବ୍ଲିକ ସ୍କୁଲ ର ଅଧକ୍ଷ୍ୟା,ଶିକ୍ଷୟତ୍ରୀ ମମିତା ମେହେରଙ୍କ ନ୍ୟାୟ ଦାବିରେ ଗାନ୍ଧୀ ଛକ ଠାରେ ବାଲିଗୁଡା ନଗର ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l

ଶିକ୍ଷୟତ୍ରୀ ମମିତା ମେହେର ଙ୍କୁ ଅପହରଣ ଓ ଜୀବନ୍ତ ଜାଳିଦେଇ ହତ୍ୟା ଘଟଣା ରେ ସମ୍ପୃକ୍ତ ଥିବା ଅଭିଯୋଗରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଏବଂ ଗିରଫ ଦାବି କରିଛି ବିଜେପି ଯୁବ ମୋର୍ଚା l ବାଲିଗୁଡା ନଗର ରେ ଯୁବ ମୋର୍ଚା ସଭାପତି ସୁଭାଶିଷ ମିଶ୍ର ଙ୍କ ନେତୃତ୍ୱ ରେ ସ୍ଥାନୀୟ ହନୁମାନ ମନ୍ଦିର ରୁ ପଦଯାତ୍ରାରେ ବାହାରି ଗାନ୍ଧୀ ଛକରେ ପହଂଚିଥିଲା l ସେଠାରେ ଦଳୀୟ କର୍ମୀ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କ ଇସ୍ତଫା ଦାବି କରିବା ସହ ଯୁବମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀ ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି l

ଏହି ବିକ୍ଷୋଭ ପ୍ରଦର୍ଶନ ରେ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ନଗର ସାଧାରଣ ସମ୍ପାଦକ ଆଦିକନ୍ଦ ପଟନାୟକ, ରମାନନ୍ଦ ଘଡେଇ, ଯୁବ ମୋର୍ଚ୍ଚ ନଗର ଉପ ସଭାପତି ରୋମ୍ୟ ଜିତ ପଣ୍ଡା, ସମ୍ପାଦକ ଆଶିଷ କୁମାର ସାହୁ, ସମେତ ବହୁ ବିଜେପି କର୍ମୀ ଏହି ବିକ୍ଷୋଭ ପ୍ରଦର୍ଶନ ରେ ଉପସ୍ଥିତ ଥିଲେ |