ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ ପୁଣି ଆଉ ଏକ ନୂଆ ତଥ୍ୟ ପ୍ରକାଶ କଲେ ମମିତା ଙ୍କ ବାପା

0
178

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୨୭/୧୦) : ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା ରେ ଅଭିଯୁକ୍ତ ଗୋବିନ୍ଦ ର ପାଞ୍ଚ ଦିନିଆ ରିମାଣ୍ଡ ଅବଧି ସରିବା ପରେ ପୂର୍ବ ପରି ଏହି ମାମଲା କିଛି ଦିନ ପରେ ଶାନ୍ତ ପଡିଯିବା ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଥିବା ବେଳେ ଏବେ ପୁଣି ଏକ ନୂଆ ଘଟଣା ସାମ୍ନା କୁ ଆସିଛି ।

ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା ରେ ମୃତା ମମିତା ଙ୍କ ଗ୍ରାମ ଝର୍ନୀ କୁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ୧୫ ଜଣିଆ ବିଜେପି ଟିମ୍ ପହଞ୍ଚିଥିଲେ । ମମିତା ଙ୍କ ପରିବାର ସହ ସବିଶେଷ ଆଲୋଚନା କରି ପଚାରି ବୁଝିଥିଲେ । ଏହି ଦଳ ରେ ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ଘଟଣା ସମ୍ପର୍କରେ ବିସ୍ତୃତ ଭାବେ ପଚାରି ବୁଝିଥିଲେ । କିଭଳି ନିଜ ଝିଅକୁ ଅଭିଯୁକ୍ତ ଗୋବିନ୍ଦ ସାହୁ ହତ୍ୟା କରିଥିଲା, ତାହା କହିବାବେଳେ ସେ ଦୁଃଖ ରେ କାନ୍ଦି ପକେଇଏକ ତଥ୍ୟ ସାମ୍ନା କୁ ଆଣିଛନ୍ତି ।

ଗତ ୮ ତାରିଖ ପୂର୍ବରୁ ମମିତା ଏକୁଟିଆ ବାହାରକୁ ଯାଇଥିଲେ । ଏହା ସହିତ ମମିତା ନିଖୋଜ ପରେ ମମିତାଙ୍କ ବାପା ମହାଲିଙ୍ଗ କଲେଜକୁ ଯାଇ ସେଠାରେ ଗୋବିନ୍ଦ ସାହୁ ଉକ୍ତ ଶିକ୍ଷାନୁଷ୍ଠାନ ରେ କାର୍ଯ୍ୟରତ ଥିବା ପିଅନ ମାଧ୍ୟମରେ ଏକ ଏତଲା ଲେଖାଇ ଥିଲେ, ଏହା ପରେ ମମିତାଙ୍କ ବାପା ଉକ୍ତ କାଗଜ ରେ ଦସ୍ତଖତ କରିଥିଲେ । ଦସ୍ତଖତ ସେ କିଛି ନ ପଢି କରିଦେଇଥିବା ଆମ ନିକଟରେ ତଥା ଆଲୋଚନା ବେଳେ ପ୍ରକାଶ କରିଛନ୍ତି ।

ସେହିପରି ଏକ ସାଧା କାଗଜରେ ବି ସ୍ଵାକ୍ଷର କରିଥିଲେ । ଅଭିଯୁକ୍ତ ଗୋବିନ୍ଦ ସାହୁ ନିକଟସ୍ଥ କେଗାଁ ଥାନାରେ ଏତଲା ଦେଇଥିଲେ । ଉକ୍ତ ଏତଲା ଦେଇ ସେ ତାଙ୍କ ନିକଟରେ ପହଞ୍ଚିଥିଲେ ବୋଲି ଜଣାଇଛନ୍ତି । ସେହିପରି ଏ ଘଟଣା ରେ ଆହୁରି ଅନେକ ଲୋକେ ସମ୍ପୃକ୍ତ ଅଛନ୍ତି ବୋଲି କହିଛନ୍ତି । ଏପରିକି ଗୋବିନ୍ଦ ଉପରେ ବଡ ବଡ଼ିଆ ଙ୍କ ଛତ୍ରଛାୟା ରହିଥିବା ଓ ତାକୁ ଜେଲ ପଠେଇ ଘଟଣା ଚପେଇ ଦିଆଯିବ ।

ଏପରି ବିଳମ୍ବ କଲେ ଓଡ଼ିଶାର ଅନ୍ୟ ଏପରି ଘଟଣା ପରି ରାଜନିତୀ କରଣ କରି ଦେଇ ନ୍ୟାୟ ମିଳିବନି କହି ଅଭିଯୁକ୍ତ ସହ ସମସ୍ତ କ୍ଷମତାଶାଳୀ ଅଧିକାରୀ, ବ୍ୟକ୍ତି ବିଶେଷ ଙ୍କୁ ଫାଶୀ ଦଣ୍ଡ ଦେବା ଉଚିତ ବୋଲି କହିଛନ୍ତି । ଏପରିକି ପୂର୍ବରୁ ମନ୍ତ୍ରୀ, ନେତା,ଙ୍କୁ ବିଭିନ୍ନ ଘଟଣା ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତୁରନ୍ତ ପଦକ୍ଷେପ ନେଇ ମନ୍ତ୍ରୀ ଙ୍କୁ ୨୪ ଘଣ୍ଟା ମଧ୍ୟରେ ବରଖାସ୍ତ କରିଦେଇ ଆସୁଥିବା ନଜିର ରହିଛି ।

ଏ ସବୁ ସୂଚନା ସେ କଣ ଜାଣି ନାହାଁନ୍ତି,ଘଟଣା ପଦାକୁ ଆସି ସୁଦ୍ଧା କୌଣସି ପଦକ୍ଷେପ ନ ନେଇ ନିରବ ଅଛନ୍ତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି । ତେବେ ଏ ନେଇ ଥାନାରେ କଣ ଲେଖା ଥିବା ଏତଲା ଦେଲେ ଓ ସାଧା ଦସ୍ତଖତ ଥିବା କାଗଜ କେଉଁଠି ତଥା କେଉଁ ପିଅନ କଣ ଲେଖିଲେ ଏ ନେଇ ସବିଶେଷ ତଦନ୍ତ କରିବା ନେଇ ଦାବି ପ୍ରକାଶ ପାଇଛି ।