ବହୁ ପ୍ରତିକ୍ଷୀତ ପୁରୁଣାକଟକ ରୁ ଧଳପୁର ସେତୁକୁ ନୂତନ ରାସ୍ତା ପାଇଁ ସାମାଜିକ ପ୍ରଭାବ ଅକାଳନକୁ ସ୍ୱୀକୃତି

0
228

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,(୨୬/୧୦) : ଆଜି ବୌଦ୍ଧ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମିଳନୀ ଗୃହରେ ଦିନ ୧୧ ଟା ସମୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକ ରେ ବହୁ ପ୍ରତିକ୍ଷୀତ ପୁରୁଣାକଟକ ଠାରୁ ଧଳପୁର ମହାନଦୀ ସେତୁ ପର୍ଯ୍ୟନ୍ତ ନୂତନ ରାସ୍ତା ପାଇଁ ସାମାଜିକ ପ୍ରଭାବ ଆକଳନ ରିପୋର୍ଟ କୁ ସ୍ୱୀକୃତି ପ୍ରଦାନ କରାଯାଇଛି |WhatsApp Image 2021 10 27 at 10.49.21 AM ବହୁ ପ୍ରତିକ୍ଷୀତ ପୁରୁଣାକଟକ ରୁ ଧଳପୁର ସେତୁକୁ ନୂତନ ରାସ୍ତା ପାଇଁ ସାମାଜିକ ପ୍ରଭାବ ଅକାଳନକୁ ସ୍ୱୀକୃତି

ବହୁ ପ୍ରତିକ୍ଷୀତ ପୁରୁଣାକଟକ ଠାରୁ ଧଳପୁର ସେତୁ କୁ ନୂତନ ରାସ୍ତା ର ସାମାଜିକ ଆକଳନ ପାଇଁ ଭୁବନେଶ୍ୱର ର ନଟବର ଚୌଧୁରୀ ସେଣ୍ଟର ଫର ଡେଭଲପମେଣ୍ଟାଲ ଷ୍ଟଡିଷ (NCDS )ଦ୍ୱାରା ସ୍ୱୀକୃତି ପ୍ରାପ୍ତ ସ୍ୱପ୍ନା ଦ୍ୱାରା ପ୍ରତ୍ୟକ୍ଷ ତତ୍ଵାବଧାନରେ କରାଯାଇଥିଲା | ଗତ ମାସ ୨୯ ଏବଂ ୩୦ ରେ ଧଳପୁର ପଞ୍ଚାୟତ ସାକୁସିଙ୍ଗା ଶିବ ମନ୍ଦିର ଠାରେ ଥିବା କଲ୍ୟାଣ ମଣ୍ଡପ ଓ ପୁରୁଣା କଟକ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଙ୍କ ତତ୍ଵାବଧାନରେ ଜନଶୁଣାଣୀ ମଧ୍ୟ ହୋଇଥିଲା |

ଉକ୍ତ ଜନଶୁଣାଣୀ ପରେ ସାମାଜିକ ଆକଳନ ପ୍ରଭାବ କରିଥିବା ସଂସ୍ଥା ଫାଇନାଲ ରିପୋର୍ଟ ଜିଲ୍ଲାପାଳ ଙ୍କୁ ଗତ ସପ୍ତାହ ରେ ପ୍ରଦାନ କରିଛି | ଏହି ରିପୋର୍ଟ ଟିକୁ ସାମାଜିକ ଆକଳନ ଏକ୍ସପୋର୍ଟ ଗ୍ରୁପ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ମଞ୍ଜୁର କରିଛନ୍ତି | ଏହି ମଞ୍ଜୁରୀ ସହିତ ସରକାରଙ୍କ ନିକଟକୁ ନୋଟିଫିକେସନ ପାଇଁ ପଠାଯିବ |

ଉକ୍ତ ବୈଠକ ରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଉପ ଜିଲ୍ଲା ପାଳ ଅଶ୍ଵିନୀ ମେହେର, ଭୁ-ଅର୍ଜନ ଅଧିକାରୀ ସତ୍ୟଜିତ ମହାପାତ୍ର, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଶାନ୍ତନୁ ନାୟକ,SDO ନିରଞ୍ଜନ ଧଳ ଓ ପଞ୍ଚାୟତ ସ୍ତରୀୟ ଅଧିକାରୀ ଉପସ୍ଥିତ ରହିଥିଲେ |