ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲା- କଂଗ୍ରେସର କେନ୍ଦ୍ରୀୟ ଟିମ୍ ମମିତାଙ୍କ ପରିବାରଙ୍କୁ ଭେଟିଲେ

0
312

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର/କଣ୍ଟାବାଞ୍ଜି,ତା(୨୮/୧୦) : ମହାଲିଙ୍ଗ ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ପରେ ତାଙ୍କ ଗାଁ ଝରଣୀକୁ ଆଜି କଂଗ୍ରେସ ଦଳର କେନ୍ଦ୍ରୀୟ ନେତୃବୃନ୍ଦ ଗାଁକୁ ଆସି ମମିତାଙ୍କ ପରିବାରଙ୍କୁ ଭେଟିଥିଲେ |

ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରଣଦୀପ ସିଂ ସୁର୍ଜେ୍ୱାଲା, ରାଜ୍ୟ କଂଗ୍ରେସ ପ୍ରଭାରୀ ଡ଼ଚେଲା କୁମାର, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ହେଲିକେପ୍ଟର ଯୋଗେ କଣ୍ଟାବାଞ୍ଜି ଠାରେ ଓହ୍ଲାଇ ଝରଣୀ ଗାଁ ଅଭିମୁଖେ ଯାଇଥିଲେ | ଝରଣୀରେ ମୃତା ସ୍କୁଲ ଅଧ୍ୟକ୍ଷା ମମିତା ଙ୍କ ପରିବାର ବର୍ଗଙ୍କୁ ସାକ୍ଷାତ କରି ସାନ୍ତ୍ୱନା ଦେଇଛନ୍ତି । ତୁରକେଲା ଥାନା ଅନ୍ତର୍ଗତ ଝରନି ଗ୍ରାମ ର ମମିତାଙ୍କ ମୃତଦେହ ଖେଳ ପଡିଆରୁ ଉଦ୍ଧାର ନେଇ ନା ନା ଆଲୋଚନା ସହ ତର୍ଜମା କରିଛନ୍ତି । ଅଭିଯୁକ୍ତ ମାଲିକ ଗୋବିନ୍ଦ ଗିରଫ ହୋଇ ଏବେ ଜେଲରେ ରହିଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି ।