ଓଡ଼ିଶା ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ପ୍ରଦୋଷ ଓ ଚନ୍ଦ୍ରଦାସ ସମ୍ବର୍ଦ୍ଧିତ

0
206

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡା,(୨୮/୧୦) : ଆଜି ରାୟଗଡା ଜିଲ୍ଲା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଓଡ଼ିଶା ପ୍ରଶାସନିକ ସେବାରେ ଶ୍ରୀ ପ୍ରଦୋଷ ଦିଗାଲ ଏବଂ ଶ୍ରୀ ଚନ୍ଦ୍ରଦାସ ମହାନନ୍ଦିଆଙ୍କୁ କଲେଜର ଅଧ୍ୟକ୍ଷା ଶ୍ରୀମତୀ ଭି.ଆର.ରତ୍ନଶ୍ରୀ ସମ୍ଭର୍ଦ୍ଧନା କରିଛନ୍ତି ।

ପ୍ରକାଶ ଥାଉକି ଶ୍ରୀ ମହାନନ୍ଦିଆ ଏହି ମହାବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନ ସମ୍ମାନରେ ୨୦୧୫-୧୮ ରେ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ଶ୍ରୀ ଦିଗାଲ ରସାୟନ ବିଜ୍ଞାନ ସମ୍ମାନରେ ୨୦୧୨ -୧୫ ରେ ଶିକ୍ଷାଲାଭ କରିଥିଲେ । ଚଳିତବର୍ଷ ଏହି ଦୁଇଜଣ ଯୁବକ ଓଡ଼ିଶା ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହୋଇ ମହା ବିଦ୍ୟାଳୟର ଗୌରବ ବଢ଼ାଇଛନ୍ତି। ଏଥିପାଇଁ ମହାବିଦ୍ୟାଳୟ ପକ୍ଷରୁ ପୁଷ୍ପଗୁଛ ଦେଇ ଅଭିନନ୍ଦନ ଜଣାଇଥିଲେ ।

ଏହି କାର୍ଯ୍ୟକ୍ରମରେ ଡ଼ଃ. ପ୍ରସନ୍ନ କୁମାର ଗନ୍ତାୟତ, ଶ୍ରୀ ଅରୁଣ କୁମାର ଖାଡଙ୍ଗା, ଏବଂ ଡ଼ଃ. ବବିଲତା ସୋରଫ ଉପସ୍ଥିତ ଥିଲେ । ସମ୍ମାନୀୟ ଅତିଥି ଭାବରେ ଏହି କାର୍ଯ୍ୟକ୍ରମ ରେ ଡ଼ଃ. ନିରଞ୍ଜନ ବକ୍ସିପାତ୍ର, ପରିଚାଳନା କମିଟି ସଦସ୍ୟ ଏବଂ ସୁଶ୍ରୀ ମଞ୍ଜୁଶ୍ରୀ ମୁଖାର୍ଜୀ ପୁର୍ବତନ ସଦସ୍ୟା ଉପସ୍ଥିତ ଥିଲେ।